ଆଇଆରଏସ୍ ସତ୍ୟଜିତ୍ ମହାନ୍ତି ସମ୍ମାନିତ

:ଭୁବନେଶ୍ବର,: ଭାରତୀୟ ରାଜସ୍ବ ସେବା (ଆଇଆରଏସ)ର ୧୯୯୯ ବ୍ୟାଚ ଅଧିକାରୀ ସତ୍ୟଜିତ ମହାନ୍ତିଙ୍କୁ ସମ୍ମାନିତ କରାଯାଇଛି। ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ପ୍ରେସିଡେନସିଆଲ ସାର୍ଟିଫିକେଟ୍ ଅଫ୍ ଆପ୍ରିସିଏସନ୍ ପ୍ରଦାନ କରାଯାଇଛି। ବାଣିଜ୍ୟ ଓ ଆର୍ଥିକ ନୀତି ଉପରେ ଉଚ୍ଚମାନର ଲେଖା ‌ଲେଖୁଥିବାରୁ ତାଙ୍କୁ ଡବ୍ଲ୍ୟୁସିଓ ପ୍ରଶଂସାପତ୍ର ମିଳିଛ। ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମି ଅଫ୍ ଆଡମିନିଷ୍ଟ୍ରେସନରେ ତାଙ୍କୁ ସ୍ବର୍ଣ୍ଣ ଓ ‌ରୌପ୍ୟ ମେଡାଲ ପ୍ରଦାନ କରାଯାଇଛି। ଶ୍ରୀ ମହାନ୍ତି ସଂପ୍ରତି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀଙ୍କୁ ଗୁରୁତ୍ବପୂର୍ଣ୍ଣ ନୀତି ପ୍ରଣୟନରେ ସହାୟତା ପ୍ରଦାନ କରୁଛନ୍ତି।

ସମ୍ବନ୍ଧିତ ଖବର