ନୂଆଦିଲ୍ଲୀ: ଭ‌ୋଜପୁରୀ ଭାଷାରେ ଟ୍ବିଟ୍‌ କରୁଛନ୍ତି ଟ୍ବିଟର୍‌ର ମାଲିକ ଏଲନ ମସ୍କ! ଖାଲି ଭୋଜପୁରୀ ନୁହେଁ, ହିନ୍ଦୀରେ ବି ଟ୍ବିଟ୍‌ କରୁଛନ୍ତି ସେ। ହେଲେ ସେ ରାତାରାତି ଏମିତି ଭାରତୀୟ ଭାଷା ସବୁ ଶିଖିଲେ କେମିତି? ତାଙ୍କ ଆକାଉଣ୍ଟ୍‌ ଆଉ ହ୍ୟାକ୍‌ ହୋଇନାହିଁ ତ! ଟ୍ବିଟର୍‌ରେ ଏଲନ ମସ୍କଙ୍କ ନାମରେ ଥିବା ଏକ ଆକାଉଣ୍ଟ୍‌ରୁ ବାରବାର ଭୋଜପୁରୀ ଓ ହିନ୍ଦୀରେ ଟ୍ବିଟ୍‌ ହେବା ପରେ ‌ଟ୍ବିଟର୍‌ ବ୍ୟବହାରକାରୀଙ୍କ ମନରେ ଏପରି ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।

Advertisment

ଏହି ସବୁ ଦ୍ବନ୍ଦ୍ବ ଟ୍ବିଟର୍‌ ବ୍ୟବହାରକାରୀ ‘ଆଇଆୱଲ୍‌ଫର୍ଡ’ଙ୍କ କାରଣରୁ। ‌ସେ ତାଙ୍କ ଆକାଉଣ୍ଟ୍‌ରେ ନିଜ ନାମକୁ ବଦଳାଇ ଏଲନ ମସ୍କ କରି ଦେଇଛନ୍ତି। ଖାଲି ସେତିକି ନୁହେଁ, ଏଲନ୍ ମସ୍କ ତାଙ୍କର ଅଧିକାଂଶ ପ୍ରୋଫାଇଲ୍‌ରେ ଯେଉଁ ଫଟୋ ବ୍ୟବହାର କରନ୍ତି ସେ ବି ସେହି ଫଟୋଟିକୁ ତାଙ୍କର ଡିପି ଦେଇଛନ୍ତି। ଯେଉଁ କାରଣରୁ ବ୍ୟବହାରକାରୀଙ୍କୁ ଲାଗୁଛି ଟ୍ବିଟ୍‌ ସବୁ ଏଲନ୍ ମସ୍କ କରୁଛନ୍ତି।

ଏଲନ୍‌ ମସ୍କ ୨୦୦୯ ମସିହାରେ ଟ୍ବିଟର୍‌ ଜଏନ୍‌ କରିଥିଲେ। ମାତ୍ର ଯେଉଁ ଯୁବକ ଜଣକ ଏତେ ସବୁ ଦ୍ବନ୍ଦ୍ବ ଉପୁଜାଇଛନ୍ତି ସେ ୨୦୧୧ ମସିହାରେ ଟ୍ବିଟର୍‌ ଜଏନ୍‌ କରିଥିଲେ। ଏଥିରୁ ଏହା ସ୍ପଷ୍ଟ ହୋଇଗଲା ଯେ ମସ୍କଙ୍କ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇନି।

ଉଲ୍ଲେଖଯୋଗ୍ୟ, ଟ୍ବିଟର୍‌ ମାଲିକ ବନିବା ପରେ ହିଁ ଏଲନ୍ ମସ୍କ ଟ୍ବିଟର୍‌ ପୂର୍ବତନ ସିଇଓ ପରାଗ ଅଗ୍ରୱାଲ୍‌, ସିଏଫ୍‌ଓ ନେଡ୍‌ ସେଗଲ୍‌ ଓ ପଲିସି ହେଡ୍‌ ବିଜୟା ଗା‌ଡ୍ଡେଙ୍କୁ ଚାକିରିରୁ କାଢ଼ି ଦେଇଛନ୍ତି। ସେ ସମସ୍ତ ବୋର୍ଡ ମେ‌ମ୍ବରଙ୍କୁ ଛଟେଇ କରି ଏକମାତ୍ର ନିର୍ଦ୍ଦେଶକ ବନିଛନ୍ତି।