ନୂଆଦିଲ୍ଲୀ: ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ କନ୍ୟା ଆଦିୟା ନିକଟରେ ଅଜାଙ୍କ ସହିତ ଖେଳୁଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା। ସୋସିଆଲମିଡିଆ ବ୍ୟବହାରକାରୀ ଅଜା ଓ ନାତୁଣୀଙ୍କ ଏହି ସ୍ନେହଭରା ମୁହୂର୍ତ୍ତକୁ ଦେଖି ବହୁତ ଭଲପାଇବା ଦେଇଥିଲେ।
ଏଥର ଆଦିୟା ଏକ ସ୍ବତନ୍ତ୍ର ଉପହାର ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କୁ ନିକଟରେ ଏହ ସ୍ବତନ୍ତ୍ର ଉପହାର ମିଳିଛି। ଏହି ଉପହାରଟି ଦେଖିବାକୁ ଯେତିକି ସୁନ୍ଦର ଲାଗୁଛି ମୂଲ୍ୟ ବି ସେମିତି ମହଙ୍ଗା ରହିଛି। କାରଣ ଏଥିରେ ୧୦୮ଟି ସୁନାର ଘଣ୍ଟି ଲାଗିଛି। ଆଦିୟାଙ୍କୁ ମିଳିଥିବା ଏହି ସ୍ବତନ୍ତ୍ର ଉପହାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
View this post on Instagram
ଏହି ଉପହାରଟି ଗେଣ୍ଡୁଫୁଲ ଓ ଲାଲରଙ୍ଗର ଭେଲବେଟ କପଡ଼ାରେ ସଜା ଯାଇଥିବା ବେଳେ ଏଥିରେ ଅନେକ ଉପହାର ବି ରଖାଯାଇଛି। ଆଉ ଆଦିୟା ଶକ୍ତି ବୋଲି ସୁନେଲି ରଙ୍ଗରେ ଲେଖାହୋଇଛି।
ଆଦିୟାଙ୍କ ଏହି ଉପହାରର ସ୍ବତନ୍ତ୍ରତା ହେଉଛି ଏହାକୁ ୯ଟି ପର୍ଯ୍ୟାୟରେ ଖୋଲାଯାଇଥାଏ। ପ୍ରତି ପର୍ଯ୍ୟାୟରେ ଦେବୀ ଶକ୍ତିଙ୍କ ନାମ ଓ ତାହାର ଅର୍ଥ ଲେଖା ଯାଇଛି। ସେହିପରି ଏଥିରେ ଲାଗିଥିବା ୧୦୮ ଘଣ୍ଟି, ହିନ୍ଦୁ ବେଦର ୧୦୮ଟି ମନ୍ତ୍ରର ପ୍ରତୀକ ବୋଲି କୁହାଯାଉଛି।