ପୁଅ ଆକାଶକୁ ରିଲାଏନ୍ସ ଜିଓର ଦାୟିତ୍ବ ଦେବା ପରେ ଝିଅ ଈଶା ହେବେ କି ଏହି କମ୍ପାନିର ଉତ୍ତରାଧିକାରୀ?

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବ‌ାନୀ ଓ ନୀତା ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଭାରତର ସବୁଠାରୁ ବଡ଼ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ରେ ଏଇ କିଛି ଦିନ ହେବ ଉତ୍ତରାଧିକାରୀ ବନିବା ପ୍ରକ୍ରିୟା ଆରମ୍ଭ ହୋଇଛି। ନିକଟରେ ମୁକେଶ ଅମ୍ବ‌ାନୀ ବଡ଼ ପୁଅ ଆକାଶ ଅମ୍ବାନୀଙ୍କୁ ରିଲାଏନ୍ସ ଜିଓର ଦାୟିତ୍ବ ଭାର ଦେଇଥିବା ବେଳେ ଏବେ ଚର୍ଚ୍ଚା ଉଠୁଛି କି ଈଶାଙ୍କ ଭାଗ୍ୟରେ ପଡ଼ିବ ରିଲାଏନ୍ସ ରିଟେଲ୍‌ ଭେଞ୍ଚର୍ସ। ପ୍ୟାରେଣ୍ଟ୍‌ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁକେଶ ଏବେ ବି ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ(ସିଏମ୍‌ଡି) ପଦରେ ରହିବେ ବୋଲି ଖବର ରହିଛି।

ଈଶା ୧୯୯୧ ମସିହା ଅକ୍ଟୋବର ୨୩ରେ ଜନ୍ମଗ୍ରହଣ କରିଥିଲେ। ପ୍ରାଥମିକ ଭାବେ ସେ ମୁମ୍ବାଇର ଧୀରୁଭାଇ ଅମ୍ବାନୀ ଇଣ୍ଟର୍‌ନେସ୍‌ନାଲ୍‌ ସ୍କୁଲ୍‌ରେ ପାଠ ପଢ଼ିବା ଆରମ୍ଭ କରି ପରବର୍ତ୍ତୀ ମୂହୂର୍ତ୍ତରେ ସେ ଆମେରିକାରେ ଶିକ୍ଷା ଗ୍ରହଣ କରିଛନ୍ତି। ଆମେରିକାରେ ସେ ପ୍ରଥମେ ୟେଲ୍‌ ୟୁନିଭରସିଟିରେ ସାଇକୋଲୋଜି ଓ ସାଉଥ୍‌ ଏସିଆନ୍‌ ଷ୍ଟଡିଜ୍‌ରେ ଗ୍ରାଜୁଏସନ କରିଛନ୍ତି। ତାପରେ ସେ ଷ୍ଟେନ୍‌ଫୋର୍ଡ ଗ୍ରାଜୁଏଟ୍‌ ସ୍କୁଲ୍‌ ଅଫ୍‌ ବି‌ଜିନେସ୍‌ରେ ଏମ୍‌ବିଏ କରିଛନ୍ତି।

ଈଶାଙ୍କର ପାଠପଢ଼ା ବ୍ୟତୀତ ଫୁଟବଲ୍‌ ଖେଳିବା ଓ ପିଆନୋ ବଜାଇବାରେ ବି ଅନେକ ସଉକ ରହିଛି। ମୁକେଶଙ୍କ ଅଲିଅଳୀ ଝିଅ ଈଶା ବିଳାସପୂର୍ଣ୍ଣ କାର ଚଢ଼ିବାକୁ ବି ଖୁବ୍ ପସନ୍ଦ କରନ୍ତି। ତାଙ୍କ ପାଖରେ ପ୍ରାୟ ୫ଟି ବ୍ରାଣ୍ଡେଡ୍‌ ଗାଡ଼ି ରହିଛି। ୨୦୧୫ ମସିହାରେ ସେ ମୁମ୍ବାଇରେ ୫୨.୮ କୋଟି ଟଙ୍କାର ଏକ ଘର କିଣିଥିଲେ। ଏବେ ସେହି ଘରେ ସେ ତାଙ୍କ ସ୍ବ‌ାମୀ ଆନନ୍ଦ ପିରାମିଲ୍‌ଙ୍କ ସହ ରହୁଛନ୍ତି।

ସମ୍ବନ୍ଧିତ ଖବର