ତିନି ସଂସ୍ଥାକୁ ସାଟେଲାଇଟ୍‌ ନିର୍ମାଣ ଅନୁମତ ଦେଲା ଇସ୍ରୋ

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ସଟେଲାଇଟ୍‌ ନିର୍ମାଣ କରିବା ପାଇଁ ତିନିଟି ଶିଳ୍ପ ସଂସ୍ଥାକୁ ଅନୁମତି ପ୍ରଦାନ କରାଯାଇଛି। ସେମାନେ ତିନି ବର୍ଷ ଭିତରେ ୨୭ଟି ସାଟେଲାଇଟ୍‌ ନିର୍ମାଣ କରିବେ। ଏହି କଂପାନିଗୁଡ଼ିକ ହେଉଛି ଭାରତ ଇଲେକ୍‌ଟ୍ରୋନିକ୍ସ ଲିମିଟେଡ୍‌, ଟାଟା ଆଡ୍‌ଭାନ୍ସଡ୍‌ ସିଷ୍ଟମସ୍‌ ଲିମିଟେଡ୍‌ ଓ ଆଲ୍‌ଫା ଡିଜାଇନ୍‌। ଇସ୍ରୋର ସହାୟତାରେ ଏହି କଂପାନିଗୁଡ଼ିକ ଇସ୍ରୋର ଯୋଗାଣ ଶୃଙ୍ଖଳାକୁ ବ୍ୟବହାର କରି ସାଟେଲାଇଟ୍‌ ପ୍ରସ୍ତୁତ କରିପାରିବେ। ଘରୋଇ ଶିଳ୍ପ ସଂସ୍ଥା ପାଇଁ ବେଙ୍ଗାଲୁରୁରେ ନିର୍ମାଣ କରାଯାଇଥିବା ‘ଆଇସାଇଟ୍‌’ରେ ଏହି ତିନି ସଂସ୍ଥା କାମ କରିବେ।

ସମ୍ବନ୍ଧିତ ଖବର