ଭୁବନେଶ୍ୱର: ଦେଶର ଘରୋଇ ସାଧାରଣ ବୀମା କଂପାନି ଆଇସିଆଇସିଆଇ ଲମ୍ବାର୍ଡ ପକ୍ଷରୁ ଭୁବନେଶ୍ୱରରେ ଧୂମପାନକାରୀଙ୍କ ସମ୍ପର୍କରେ ଜାଣିବା ପାଇଁ କରାଯାଇଥିବା ସର୍ଭେରୁ ଅନେକ ରୋଚକ ବିଷୟ ପଦାକୁ ଆସିଛି। ଅଧିକାଂଶ ଲୋକ ବନ୍ଧୁଙ୍କ ପ୍ରଭାବରେ ହିଁ ଧୂମପାନ କରିଥାନ୍ତି। ସେହିଭଳି କିଛି ବନ୍ଧୁମାନଙ୍କ ଯୋଗୁ ହିଁ ଲୋକମାନେ ଧମୂପାନ ଛାଡିଥାନ୍ତି । ସର୍ଭେରେ ଭାଗ ନେଇଥିବା ୪୦% ଲୋକ କହିଛନ୍ତି ଯେ ସେମାନେ ଧୂମପାନ ଛାଡ଼ିବାକୁ ଉଦ୍ୟମ କରୁଛନ୍ତି ଏବଂ ଏଥିପାଇଁ ପ୍ରତିବଦ୍ଧ ମଧ୍ୟ। ୭୫% ଲୋକ କହିଛନ୍ତି ସେମାନଙ୍କ ଅଧିକାଂଶ ବନ୍ଧୁ ଧୂମପାନ କରନ୍ତି ଏବଂ ୭୦% ଲୋକ କହିଛନ୍ତି ଯେ ସେମାନଙ୍କ ଘରେ ଧୂମପାନକାରୀ ସଦସ୍ୟ ଅଛନ୍ତି । ସେହିପରି ଧୂମପାନ କରୁନଥିବା ୪୬% ଲୋକ କହିଛନ୍ତି ଯେ ସେମାନଙ୍କ ସବୁ ବନ୍ଧୁ ଧୂମପାନ କରନ୍ତି। ସବୁଠୁ ଭଲ କଥା ହେଉଛି ୫୯% ଲୋକ କହିଛନ୍ତି ଯେ ସେମାନଙ୍କ କୌଣସି ବନ୍ଧୁ କିମ୍ବା ପ୍ରିୟଜନଙ୍କୁ ପ୍ରଦାନ କରିଥିବା ପ୍ରତିଶ୍ରୁତି ସେମାନଙ୍କ ପାଇଁ ଧୂମପାନ ଛାଡ଼ିବାରେ ସହାୟକ ହେଉଛି। ବୁଝିବାରେ ସହାୟକ ହୋଇଛି।
ଧୂମପାନ ଉପରେ ଆଇସିଆଇସିଆଇ ଲମ୍ବାର୍ଡର ସର୍ଭେ
/sambad/media/post_attachments/wp-content/uploads/2019/01/smoking67.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)