ନୂଆଦିଲ୍ଲୀ: ଡିଜନେ+ ହଟଷ୍ଟାର ଆଣ୍ଡ୍ରଏଡ ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ଏକ ମାସିକ ନୂଆ ପ୍ଲାନ ଆରମ୍ଭ କରିଛି । ଏହି ପ୍ଲାନ ଆପଣ ମୋବାଇଲର ରିଚାର୍ଜ ପ୍ଲାନ ସହିତ ଯୋଡି ହୋଇ ରହିବ ଓ ଏଥିପାଇଁ ଆପଣଙ୍କୁ ମାସିକ ଅଧିକ ୪୯ ଟଙ୍କା ଦେବାକୁ ପଡିବ । ଏହି ପ୍ଲାନ ଏଡ-ସପୋଟେଡ ଓ ସବ୍ସକ୍ରାଇବରଙ୍କ ସ୍ମାର୍ଟ ଫୋନ ଓ ଟାବଲେଟରେ ଡିଜନେ+ ହଟଷ୍ଟାରର ଲାଇବ୍ରେରୀ ପର୍ଯ୍ୟନ୍ତ ପହଞ୍ଚି ସେବା ପ୍ରଦାନ କରିବ । ଏଥିରେ ଗୋଟିଏ ଥରରେ ଗୋଟିଏ ଡିଭାଇସ ଲଗ ଇନ ହେବ । ଏଥିରେ ଆପଣଙ୍କୁ ୭୨୦ପି ଏଚଡି ଭିଡିଓ ରିଜୁଲେସନ ଓ ଷ୍ଟେରିଓ ଅଡିଓ କ୍ୱାଲିଟି ମିଳିବ ।
ଆପଣ ପେଟିଏମ, ଫୋନ ପେ କିମ୍ବା ଅନ୍ୟ କୌଣସି ୟୁପିଆଇ ମାଧ୍ୟମରେ ରିଚାର୍ଜ କରି ପାରିବେ । ହଟଷ୍ଟାରର ରିପୋର୍ଟ ମୁତାବକ ଏବେ ଆଣ୍ଟ୍ରଏଡ ବ୍ୟବାହାକାରୀ ମାନଙ୍କ ପାଇଁ ଏହା ଏକ ପରୀକ୍ଷଣ କରାଯାଉଛି । ଡିଜନେ+ ହଟଷ୍ଟାରର ପାଇଁ ଏହା ପ୍ରଥମ ମାସିକ ପ୍ଲାନ । ଏହାସହ ଏବେ ବାର୍ଷିକ ସବକ୍ରିିପସନ ପାଇଁ ୪୯୯ ଟଙ୍କା ମୋବାଇଲ, ୮୯୯ ସୁପର ଓ ୧୪୯୯ ଟଙ୍କାରେ ପ୍ରିମିୟମ ସୁପର ପ୍ଲାନ ଉପଲବ୍ଧ ରହିଛି ।
ଅନ୍ୟପଟେ ଆମାଜନ ପ୍ରାଇମ ଭିଡିଓ ସବକ୍ରିପସନ ଏବେ ମହଙ୍ଗା ହୋଇଛି । ଏହାର ଦାମ ଏବେ ୫୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଆମାଜନ ପ୍ରାଇମ ଭିଡିଓର ପ୍ରାରମ୍ଭିକ ପ୍ଲାନ ୧୭୯ ଟଙ୍କାକୁ ବୃଦ୍ଧି ପାଇଛି । ପୂର୍ବରୁ ଏହି ପ୍ଲାନ ୧୨୯ ଟଙ୍କା ଥିଲା । ବାର୍ଷିକ ପ୍ଲାନ ଏବେ ୯୯୯ ଟଙ୍କା ବଦଳରେ ଗ୍ରାହକଙ୍କୁ ୧୪୯୯ ଟଙ୍କା ଦେବାକୁ ପଡିବ । ସେପଟେ ନେଟଫ୍ଲିକ୍ସ ନିଜର ସବକ୍ରିପସନ ରିଚାର୍ଜ ଦାମ କରିଛି । ଏହାର ମାସିକ ପ୍ଲାନ ଏବେ ୧୪୯ ଟଙ୍କା ହୋଇଛି । ଯାହାକି ପୂର୍ବରୁ ୧୯୯ ଟଙ୍କା ରହିଥିଲା ।