୫୦ ଟଙ୍କାରୁ ଊର୍ଧ୍ୱ କାରବାର ପାଇଁ ଏସବୁ କରିବା ବିଧେୟ!

ଏଣିକି ୫୦ ହଜାରରୁ ଅଧିକ ଅର୍ଥ କାରବାର ଉପରେ ଗ୍ରାହକଙ୍କୁ ଦେବାକୁ ପଡ଼ିବ ଅସଲ ପରିଚୟ ପତ୍ର। କେନ୍ଦ୍ର ସରକାରଙ୍କ ଦ୍ୱାରା ନିଦ୍ଦେଶିତ ଏହି ନିୟମ ମୁତାବକ, ଦେଶର କୌଣସି ବି ବ୍ୟାଙ୍କ କିମ୍ବା ଅର୍ଥ ସଂସ୍ଥା ୫୦ ହଜାର କିମ୍ବା ତା ଠାରୁ ଅଧିକ ଟଙ୍କାରୁ ଟ୍ରାନଜାକ୍ସନ କୌଣସି ବ୍ୟକ୍ତିବିଶେଷଙ୍କୁ କରିବାରେ ଥିବ ତେବେ ଏଥିପାଇଁ ଉକ୍ତ ବ୍ୟକ୍ତି ବିଶେଷଙ୍କୁ ନିଜ ପରଚୟ ପତ୍ରର ଅସଲ କପି ଦେଖାଇବା ବାଧ୍ୟତାମୂଳକ ଅଟେ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି କଳାଧନକୁ ରୋକିବା ପାଇଁ କରାଯାଇଛି। ତେଣୁ ଏହି ନିୟମ ଜାରି କରିବା ପାଇଁ ଅର୍ଥ ମନ୍ତ୍ରାଳୟର ଡିପାର୍ଟମେଂଟ ଅଫ ରେଭିନ୍ୟୁ ମନିଲଣ୍ଡରିଂରେ ସଂଶୋଧନ କରାଯାଇଛି।

ଏହି ନିୟମ ଦ୍ୱାରା ଦେଶରେ କୌଣସି ବି ବ୍ୟାଙ୍କ କିମ୍ବା ଅର୍ଥ ସଂସ୍ଥାଙ୍କ ନିକଟରେ ଯଦି କୌଣସି ବ୍ୟକ୍ତି ୫୦ ହଜାର ଟଙ୍କାରୁ ଅଧିକ ନଗଦ ଟଙ୍କା ଟ୍ରାନଜାକ୍ସନ କରିବା ପାଇଁ ପହଂଚେ ତେବେ ଉକ୍ତ ବ୍ୟକ୍ତି ବିଶେଷଙ୍କୁ ନିଜର ପରିଚୟ ପତ୍ରର ପ୍ରକୃତ ତଥ୍ୟ ଦେଖାଇବାକୁ ପଡିବ। ନିୟମ ମୁତାବକ, ବ୍ୟାଙ୍କ କିମ୍ବା ଅର୍ଥ ପ୍ରତିଷ୍ଠାନ ନିକଟରେ ଥିବା ଉକ୍ତ ବ୍ୟକ୍ତିବିଶେଷଙ୍କର ପରିଚୟ ପତ୍ରର କପିକୁ ଏହାର ପ୍ରକୃତ ଡକ୍ୟୁମେଂଟ ସହ ମ୍ୟାଚ କରିବା ସହିତ ଏକ ନୂଆ କପିରେ ଟଙ୍କା କାରବାରର ରେକର୍ଡକୁ ଦାଖଲ କରିବାକୁ ପଡ଼ିବ। ମନିଲଣ୍ଡରିଂ ନିୟମ ଦେଶରେ ମନିଲଣ୍ଡରିଂ ଏବଂ କଳାଧନ ଉପରେ ଲଗାମ ଆଣିବାକୁ କରାଯାଇଛି। ଏହି ନିୟମ ଅନୁସାରେ, ଅର୍ଥ ସଂସ୍ଥା ସମେତ ମଧ୍ୟସ୍ଥତା କରୁଥିବା ସଂସ୍ଥାଗୁଡକ ଭଳି ଷ୍ଟକ୍‌ ମାର୍କେଟ ଇତ୍ୟାଦିଙ୍କୁ ନିଜର ଗ୍ରାହକଙ୍କର ସଂପୂର୍ଣ୍ଣ ରେକର୍ଡ ଏଫଆଇୟୁଙ୍କୁ ଦେବାକୁ ପଡ଼ିବ।

ନିୟମ ମୁତାବକ, ବର୍ତ୍ତମାନ ଆପଣ ଯଦି ବ୍ୟାଙ୍କ କିମ୍ବା ଅର୍ଥ ସଂସ୍ଥାଙ୍କ ସହ ୫୦ ହଜାର ଟଙ୍କାର ନଗଦ ଟଙ୍କା କାରବାର କରୁଛନ୍ତି ତେବେ ଉକ୍ତ ସଂସ୍ଥାଙ୍କୁ ନିମ୍ନ ଲିଖିତ କାମ କରିବାକୁ ପଡ଼ିବ

:ନିଜର ଗ୍ରାହକଙ୍କର ପରିଚୟ ସ୍ଥାପିତ କରିବା।

:ଗ୍ରାହକଙ୍କ ଦ୍ୱାରା ଦିଆଯାଇଥିବା ପରିଚୟ ପତ୍ରର ସଠିକ୍‌ ଭାବେ ତଦାରଖ କରିବା।

:କାହିଁକି କ୍ୟାସ ଟ୍ରାନଜାକ୍ସନ କରୁଛନ୍ତି ସେ ନେଇ ତଥ୍ୟ ରଖିବା।

:ଯେଉଁ ବ୍ୟକ୍ତିଙ୍କ ସହ ଗ୍ରାହକଙ୍କର ଟ୍ରାନଜାକ୍ସନ ହେଉଛି ତାଙ୍କର ଉକ୍ତବ୍ୟକ୍ତି ବିଶେଷଙ୍କ ସହିତ କି ପ୍ରକାରର ବ୍ୟବସାୟୀକ ସଂପର୍କ ରହିଛି।

ଖାଲି ବ୍ୟାଙ୍କ ଏବଂ ଅର୍ଥ ସଂସ୍ଥାଗୁଡିକ ନୁହେଁ ବରଂ ଏମାନଙ୍କୁ ମଧ୍ୟ ଏହି କାମ କରିବାକୁ ପଡ଼ିବ।

:ଷ୍ଟକ୍‌ ବ୍ରୋକର।

:ଚିଟ୍‌ ଫଣ୍ଡ କଂପାନି।

:କୋ-ଅପରେଟିଭ୍‌ ବ୍ୟାଙ୍କ।

:ହାଉସିଂ ଫାଇନାନ୍‌ସ କଂପାନି।

:ବେସରକାରୀ ବ୍ୟାଙ୍କିଂ ଅର୍ଥ ପ୍ରତିଷ୍ଠାନ।

ସମ୍ବନ୍ଧିତ ଖବର