ଆଇଟି ଶିଳ୍ପରେ ନୂଆ ଟ୍ରେଣ୍ଡ : ଦକ୍ଷତା ନ ବଢାଇଲେ ଦରମା ବଢିବ ନାହିଁ

ବାଙ୍ଗାଲୁରୁ : ସୂଚନା ପ୍ରଯୁକ୍ତି ଶିଳ୍ପରେ ନିୟମିତ ଭାବେ ପରିବର୍ତ୍ତନ ଆସୁଛି । ଦିନକୁ ଦିନ ଟେକନଲୋଜୀ ବଦଳୁଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆସିବା ଯୋଗୁଁ ଆଇଟି କମ୍ପାନିମାନଙ୍କ ପ୍ରାଥମିକତା ବଦଳିଛି । ଏଥିପାଇଁ ପୂର୍ବରୁ ପେଶାଦାରମାନେ ଯେଉଁ ତାଲିମ ପାଇଥିଲେ ଏବେ ସେଗୁଡ଼ିକର ଚାହିଦା ଓ ଉପଯୋଗିତା କମିଛି ।

ଏଣୁ ଆଇଟି କମ୍ପାନିମାନେ ନିଜର ଇଂଜିନିୟରମାନଙ୍କୁ ନୂଆ ନୂଆ ପ୍ରକାରେ ତାଲିମ ଦେବା ଆରମ୍ଭ କରିଛନ୍ତି । ଦେଶର ପ୍ରମୁଖ ଆଇଟି କମ୍ପାନି ଇନଫୋସିସ୍‌ ନିଜର ଯୁବ ପେଶାଦାରମାନଙ୍କୁ ତାଲିମ ଦେବା ପାଇଁ ଏକ ବ୍ରିଜ ପ୍ରୋଗ୍ରାମ ଆରମ୍ଭ କରିଛି । ୩ ବର୍ଷର ଅଭିଜ୍ଞତା ଥିବା ନିଜର ପ୍ରୋଫେସନାଲମାନଙ୍କୁ ତାଲିମ ଦେଉଛି । ଯେଉଁମାନେ ଏଥିରେ ପାଶ କରୁଛନ୍ତି ସେମାନଙ୍କ ଦରମାକୁ ଦ୍ୱିଗୁଣ କରାଯାଉଛି । ସେହିପରି ଟିସିଏସ ମଧ୍ୟ ଏକ ନାସନାଲ କ୍ୱାଲିଫାୟର ଟେଷ୍ଟ କରୁଛି । ଏହି ଟେଷ୍ଟରେ ପାଶ କଲେ ଯୁବ ପେଶାଦାରମାନଙ୍କ ଦରମା ୩.୫ ଲକ୍ଷରୁ ବଢାଇ ୬.୫ ଲକ୍ଷ କରିଦିଆଯାଉଛି ।

ଓ୍ଵିପ୍ରୋ ମଧ୍ୟ ନିଜର ଇଂଜିନିୟରଙ୍କ ଦକ୍ଷତା ମାପ କରିବା ପାଇଁ ଏକ କୋଡିଂ ଟେଷ୍ଟ କରୁଛି । ଏହି ପରୀକ୍ଷାରେ ଯେଉଁମାନେ ପାଶ କରିବେ ସେମାନଙ୍କ ଦରମା ବଢାଇଦିଆଯାଉଛି ।

ସମ୍ବନ୍ଧିତ ଖବର