ନୂଆଦିଲ୍ଲୀ: ହ୍ବାଟସ୍ଆପ୍ ଏକ ନୂଆ ସୁବିଧାର ପରୀକ୍ଷଣ କରୁଛି ଯାହା କାର୍ଯ୍ୟକାରୀ ହେବା ପରେ ଅନ୍ୟକୁ ନିଜ ମୋବାଇଲ୍ ନମ୍ବର ନଦେଇ ତାଙ୍କ ସହିତ ଚାଟ୍ କରିହେବ। କଂପାନି ‘ସ୍ବତନ୍ତ୍ର ୟୁଜର ନେମ୍’ ଉପରେ କାମ କରୁଛି। ଏଥିରେ ବ୍ୟବହାରକାରୀମାନେ ମୋବାଇଲ୍ ନମ୍ବର ନଦେଇ ୟୁଜର ନେମ୍ ମାଧ୍ୟମରେ ଚାଟ୍ କରିପାରିବେ। ବ୍ୟବହାରକାରୀଙ୍କ ମୋବାଇଲ୍ ନମ୍ବରକୁ ଗୋପନ ରଖିବାରେ ଏହା ବିଶେଷ ସହାୟକ ହେବ। ଲୋକମାନେ ହ୍ବାଟସ୍ଆପ୍ର ସେଟିଂକୁ ଯାଇ ୟୁଜର ନେମ୍ ସୃଷ୍ଟି କରିପାରିବେ। ଏହାପରେ ଆକାଉଣ୍ଟ୍କୁ ଚିହ୍ନଟ କରିବା ଲାଗି ମୋବାଇଲ୍ ନମ୍ବର ଉପରେ ନିର୍ଭରଶୀଳ ରହିବାକୁ ପଡ଼ିବନି। ନିକଟରେ ହ୍ବାଟସ୍ଆପ୍ ପକ୍ଷରୁ ମେସେଜ୍କୁ ଏଡିଟ୍ କରିବା ସୁବିଧା ଆରମ୍ଭ କରାଯାଇଛି। ଖୁବ୍ଶୀଘ୍ର ଏହି ସୁବିଧା ଭାରତରେ ଉପଲବ୍ଧ ହେବ। ଏହା ଜରିଆରେ ମେସେଜ୍ ପଠାଇବାର ୧୫ ମିନିଟ୍ ଭିତରେ ତାହାକୁ ଏଡିଟ୍ କରାଯାଇପାରିବ। ସେହିପରି କଂପାନି ଚାଟ୍ଲକ୍ ସୁବିଧା ମଧ୍ୟ ଆରମ୍ଭ କରିଛି। ଲୋକମାନେ ଚାହୁଥିବା ଚାଟ୍କୁ ଅନ୍ୟମାନଙ୍କଠାରୁ ଲୁଚାଇବା ଲାଗି ତାହାକୁ ଲକ୍ କରିପାରିବେ।
ହ୍ବାଟସ୍ଆପ୍ରେ ନମ୍ବର ସେୟାର ନକରି ଚାଟ୍ କରିହେବ
33
/sambad/media/post_attachments/wp-content/uploads/2023/05/whatsapp-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)