ଓ୍ଵାସିଂଙ୍ଗଟନ୍‌: ଦୁନିଆର ସବୁଠାରୁ ବଡ଼ ସୋସିଆଲ ମିଡିଆ ସାଇଟ ଫେସ୍‌ବୁକ୍‌ରେ ଲୋକମାନେ ଡାଟା ଚୋରି କରିବାର ମାମଲାକୁ ନେଇ କମ୍ପାନି ଆଲୋଚନା ଜାରି ରଖିଛି। କାରଣ ସୋସିଆଲ ମିଡିଆରେ ଲୋକମାନେ ଫେସବୁକ୍‌କୁ ଡିଲିଟ କରିବା ପାଇଁ ଆବେଦନ କରିଛନ୍ତି। ହ୍ଵାଟସ୍‌ଆପ୍‌ର ସହ -ପ୍ରତିଷ୍ଠାତା ବ୍ରିୟାନ୍‌ ଆକ୍ଟନ ଲୋକମାନଙ୍କୁ ବି ଏଭଳି ଆପିଲ କରିଛନ୍ତି।

Advertisment

publive-image

ଫେସ୍‌ବୁକ୍‌ ଡାଟା ଲିକ୍‌ର ଖୁଲାସ ହେବା ପରେ କମ୍ପାନିର ସିଇଓ ମାର୍କ ଜକରବର୍ଗ ଓ କମ୍ପାନିକୁ ଅନେକ କ୍ଷତି ସହିବାକୁ ପଡ଼ିଛି। ପଲିଟିକଲ ଡାଟା ଫର୍ମ କେମ୍ବ୍ରିଜ ଏନାଲିଟିକା ୫କୋଟି ଲୋକଙ୍କ ମତ ଜାଣିବା ପରେ ଏହି ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ଫେସ୍‌ବୁକ୍‌କୁ ନେଇ ଆଲୋଚନା ଜାରି ରହିଛି। ହ୍ଵାଟସ୍‌ଆପ୍‌ ସହ-ପ୍ରତିଷ୍ଠାତା ବ୍ରିୟାନ୍‌ ଆକ୍ଟନ୍‌ ବି ଲୋକମାନଙ୍କୁ ଫେସବୁକ୍‌ ଡିଲିଟ କରିବା ପାଇଁ ଆବେଦନ କରିଛନ୍ତି।

ବ୍ରିୟନ ଟୁଇଟର କରି ଲେଖିଛନ୍ତି, ‘It is time. #deletefacebook’। ବ୍ରିୟନ ଆକ୍ଟନ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା ହ୍ଵାଟସ୍‌ଆପ୍‌ ଫେସ୍‌ବୁକ୍‌ ୨୦୧୪ରେ ୧୬ ବିଲିୟନ୍‌ ଡଲାରରେ କ୍ରୟ କରିଥିଲା।

ଉଲ୍ଲେଖଯୋଗ୍ୟ, ଫେସ୍‌ବୁକ୍‌ରୁ ଡାଟା ଚୋରି କରି ଏହାର ସାହାଯ୍ୟରେ ମାଇକ୍ରୋଗ୍ରାଫିକ୍‌ ଟେକ୍‌ନିକ୍‌କୁ ପ୍ରସ୍ତୁତ କରାଯାଉଛି ବୋଲି ଶୁଣିବାକୁ ମିଳିଛି।