ହ୍ଵାଟ୍‌ସଆପ୍‌ରୁ ଜିଆଇଏଫ୍‌ ପଠାନ୍ତୁ ନାହିଁ, ପଡ଼ିପାରନ୍ତି ଅସୁବିଧାରେ

ମୁମ୍ବାଇ: ହ୍ଵାଟ୍‌ସଆପ୍‌ ବ୍ୟବହାରକାରୀ ସାବଧାନ! ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଆପଣ ଯଦି ଆପଣଙ୍କ ଆଣ୍ଡ୍ରଏଡ୍‌ ଫୋନ୍‌ରୁ ଜିଆଇଏଫ୍‌ ପଠାଇବେ ତେବେ ହ୍ୟାକର୍ସମାନେ ଆପଣଙ୍କ ଫୋନ୍‌କୁ ହ୍ୟାକ୍‌ କରିପାରିବେ।

ହ୍ୟାକର୍ସମାନେ ଜିଆଇଏଫ୍‌ ଫାଇଲ୍‌ରେ ଏକ କୋର୍ଡ ସେଟ୍‌ କରିପାରିବାର କୌଶଳ ଜାଣିଛନ୍ତି। ଆପଣ ପଠାଉଥିବା ଜିଆଇଏଫ୍‌ରେ ଯଦି ସେହି କୋର୍ଡ ସେଟ୍‌ ହୋଇଥାଏ ତେବେ ଆପଣଙ୍କ ଫୋନ୍‌ର ଡାଟା ଫୋନ୍‌ରୁ ଫୋନ୍‌କୁ ଉକ୍ତ ଫାଇଲ୍‌ ଜରିଆରେ ଡେଇଁ ଡେଇଁ ଚାଲିବ।

Google Play

ଆପଣଙ୍କ ଜିଆଇଏଫ୍‌ ଫାଇଲ୍‌ ଯଦି କୌଣସି ହ୍ୟାକର୍ସ ହାତରେ ପଡ଼େ ତେବେ ସେ ତାହାକୁ ଗ୍ୟାଲେରିରେ ଖୋଲିବା ବେଳେ ଆପଣଙ୍କ ଫୋନ୍‌ର ଅନେକ ଡାଟା ହାତେଇବାକୁ ସମର୍ଥ ହେବେ।

ହ୍ଵାଟ୍‌ସଆପ୍‌ ବ୍ୟବହାରକାରୀମାନେ ଏପରି ସମସ୍ୟାକୁ ନିଜକୁ ବଞ୍ଚାଇବା ପାଇଁ ଲାଟେଷ୍ଟ୍‍ ହ୍ଵାଟ୍‌ସଆପ୍‌ ଭର୍ସନ ଡାଉନ୍‌ଲୋଡ୍‌ କରନ୍ତୁ। ରିପୋର୍ଟରୁ ଆହୁରି ଜାଣିବାକୁ ମିଳିଛି ଯେ ଡ୍ୟାକ୍‌ର୍ସ ଚାହିଁଲେ କିଛି ବି ଡାଟା ଚୋରାଇ ପାରିବ ନାହିଁ ଯେପର୍ଯ୍ୟନ୍ତ ସେଣ୍ଡର୍‌ ନିଜ ଆଡୁ ଜିଆଇଏଫ୍‌ ଫାଇଲ୍‌ ନପଠାଇଛି।

ସମ୍ବନ୍ଧିତ ଖବର