ନୂଆଦିଲ୍ଲୀ: ମେସେଜିଂ ଆପ୍ ହ୍ବାଟ୍ସଆପ୍ ତା’ର ନୂତନ ଗୋପନୀୟତା ନୀତିକୁ ଉଚ୍ଛେଦ କରୁ ବୋଲି ସୂଚନା ଓ ପ୍ରଯୁକ୍ତିବିଦ୍ୟା(ଆଇଟି) ମନ୍ତ୍ରାଳୟ ପକ୍ଷରୁ ହ୍ବାଟ୍ସଆପ୍କୁ ଏକ ନୋଟିସ୍ ପଠାଯାଇଛି। ମେସେଜିଂ ଆପ୍ ହ୍ବାଟ୍ସଆପ୍କୁ ଏକ ସପ୍ତାହ ସମୟ ଦେଇଛି ଆଇଟି ମନ୍ତ୍ରାଳୟ। ତା’ପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚୀତ କରାଯାଇଛି। ହ୍ବାଟ୍ସଆପ୍ ପକ୍ଷରୁ ୨୦୨୧ରେ ଜାରି କରାଯାଇଥିବା ଗୋପନୀୟତା ନୀତିକୁ ଉଚ୍ଛେଦ କରିବା ପାଇଁ ମେ ୧୮ ତାରିଖରେ ନୋଟିସ୍ ଜାରି କରିଛି ମନ୍ତ୍ରାଳୟ।
ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଜାନୁଆରିରେ ହ୍ବାଟ୍ସଆପ୍ ଏହାର ବ୍ୟବହାରକାରୀଙ୍କୁ ସୂଚନା ଦେଇଥିଲା। ସେହି ସୂଚନାରେ କୁହାଯାଇଥିଲା କମ୍ପାନି ଏକ ନୂଆ ଗୋପନୀୟତା ନୀତି ପ୍ରସ୍ତୁତ କରୁଛି। ଉକ୍ତ ନୀତିରେ କମ୍ପାନି ହ୍ବାଟ୍ସଆପ୍ର ବ୍ୟବହାରକାରୀଙ୍କ ତଥ୍ୟକୁ କେତେକ କ୍ଷେତ୍ରରେ ଗ୍ରୁପ୍ କମ୍ପାନି ଫେସ୍ବୁକ୍ ଓ ଅନ୍ୟମାନଙ୍କ ସହ ସେୟାର କରାଯାଇ ପାରେ। ଏହି ବାର୍ତ୍ତା ବ୍ୟବହାରକାରୀ ପାଇବା ମାତ୍ରେ ଏହାକୁ ନେଇ ସେମାନଙ୍କ ମଧ୍ୟରେ ପ୍ରବଳ ରୋଷ ଦେଖାଯାଇଥିଲା। ଏପରିକି ବ୍ୟବହାରକାରୀମାନେ ହ୍ବାଟ୍ସଆପ୍ର ପ୍ରତିଯୋଗୀ ଆପ୍ ଟେଲିଗ୍ରାମ୍ ଓ ସିଗ୍ନାଲ ଆଦିକୁ ବ୍ୟବହାର କରିବା ଆରମ୍ଭ କରିଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Untitled-43.jpg)