ମୁମ୍ବାଇ: ମ୍ୟାପ୍‌ମାଇଁଇଣ୍ଡିଆ ନାମକ ଷ୍ଟାର୍ଟଅପ୍ ସଂସ୍ଥା ସଫଳତାର ସହ ଷ୍ଟକ ବଜାରରେ ପ୍ରବେଶ କରିଛି। କଂପାନିର ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ)କୁ ନିବେଶକମାନେ ଭଲରେ ଗ୍ରହଣ କରିଛନ୍ତି। କଂପାନିର ସେୟାର ମୂଲ୍ୟ ୩୫% ବୃଦ୍ଧି ପାଇ ୧୩୯୩ ଟଙ୍କା ୬୫ ପଇସାରେ ପହଞ୍ଚିଛି। ଫଳରେ ଏହି ସଂସ୍ଥାକୁ ପ୍ରତିଷ୍ଠା କରିଥିବା ଦମ୍ପତି ରାକେଶ ବର୍ମା ଓ ରଶ୍ମୀ ବର୍ମା ମାଲେମାଲ ହୋଇଯାଇଛନ୍ତି। ଏହି ସଂସ୍ଥାରେ ତାଙ୍କର ୫୪ ପ୍ରତିଶତ ଅଂଶଧନ ରହିଛି। ତାହାର ମୂଲ୍ୟ ୫୮୬ ଡଲାର (ପ୍ରାୟ ୪,୪୦୦ ‌େକାଟି) ହେବ ବୋଲି ଆକଳନ କରାଯାଇଛି।

Advertisment

୭୧ ବର୍ଷୀୟ ରାକେଶ ଓ ୬୫ ବର୍ଷୀୟ ରଶ୍ମୀ ୧୯୯୫ରେ ନିଜ କଂପାନି ଆରମ୍ଭ କରିଥିଲେ। ମାନଚିତ୍ର ବିକଶିତ କରିବା ପ୍ରତି ସେମାନଙ୍କ ପ୍ରବଳ ଆଗ୍ରହ ଥିଲା। ପାଦରେ ଚାଲି ଚାଲି ସେମାନେ ଅନେକ ସହର ବୁଲିଥିଲେ ଓ ପ୍ରମୁଖ ସ୍ଥାନଗୁଡ଼ିକୁ ଚିହ୍ନଟ କରିଥିଲେ। ୧୯୭୦ରେ ଇଞ୍ଜିନିୟରିଂ ଶିକ୍ଷା ଶେଷ କରିବା ପରେ ବର୍ମା ଦମ୍ପତି ଆମେରିକା ଚାଲିଯାଇଥିଲେ। ସେଠାରେ ଗ୍ରାଜୁଏଟ ଡିଗ୍ରି ହାସଲ କରିବା ପରେ ରାକେଶ ଜେନେରାଲ୍ ମୋଟର୍ସ ପାଇଁ କାମ କରିଥିଲେ ଓ ରଶ୍ମୀ ଆଇବିଏମ୍‌ରେ ଯୋଗ ଦେଇଥିଲେ। ଯେତେବେଳେ ସେମାନେ ଭାରତ ଫେରିବାକୁ ନିଷ୍ପତ୍ତି ନେଲେ ଡିଜିଟାଲ୍ ମ୍ୟାପିଂରେ ବହୁତ ସୁଯୋଗ ରହିଥିବା ଭାବିଥିଲେ ଓ ସେହି ଭାବନାରୁ ତାଙ୍କ କଂପାନି ଆରମ୍ଭ ହୋଇଥିଲା। ସେତେବେ‌ଳେ ଇଣ୍ଟରନେଟ୍ ନଥିବାରୁ ଡାଟାକୁ ମେଗାବାଇଟ୍‌ ବୋଲି ବିଚାର କରାଯାଉଛି। ୧୯୯୫ରେ ସେମାନେ ସିଇ ଇନ୍‌ଫୋ ସିଷ୍ଟମସ୍‌ ନାମକ ସଂସ୍ଥା ସ୍ଥାପନ କରିଥିଲେ। ପରବର୍ତୀ ସମୟରେ କଂପାନିର ନାମ ମ୍ୟାପ୍‌ମାଇଁଇଣ୍ଡିଆକୁ ବଦଳିଥିଲା। ଏବେ ଏହି ସଂସ୍ଥାର ସେବାକୁ ବିଏମ୍‌ଡବ୍ଲୁ, ମର୍ସିଡିସ୍ ବେଞ୍ଜ, ଆମାଜନ୍, ଆପ୍‌ଲ, ମ୍ୟାକ୍‌ଡୋନାଲଡ୍‌, ପେଟିଏମ୍, ଓଲା, କ୍ବାଲ୍‌କମ୍, ଜେନ୍‌ରିନ୍ ଓ ଫ୍ଲିପ୍‌କାର୍ଟ ଭଳି ସଂସ୍ଥା ବ୍ୟବହାର କରୁଛନ୍ତି।