ଆୟକର ରିଟର୍ଣ୍ଣ ଶେଷ ତାରିଖ ୩୧ ଅଗଷ୍ଟକୁ ବୃଦ୍ଧି

ନୂଆଦିଲ୍ଲୀ : ଆୟକର ବିଭାଗ ପକ୍ଷରୁ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖକୁ ଏକ ମାସ ପାଇଁ ଘୁଞ୍ଚାଇଦେଇଛନ୍ତି । ପୂର୍ବରୁ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ଜୁଲାଇ ୩୧ ଥିବାବେଳେ ଏବେ ତାହାକୁ ଅଗଷ୍ଟ ୩୧କୁ ଘୁଞ୍ଚାଇ ଦିଆଯାଇଛି । ଏ ସଂପର୍କରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି ।

ବ୍ୟକ୍ତିଗତ ଆୟକର ଦାତା ଓ ଯେଉଁ ସଂସ୍ଥାମାନଙ୍କ ଅଡିଟ ଆବଶ୍ୟକ ହୁଏ ନାହିଁ, ସେମାନଙ୍କ ପାଇଁ ପୂର୍ବରୁ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ଥିଲା ୩୧ ଜୁଲାଇ । ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଟିଡିଏସ ଷ୍ଟେଟମେଣ୍ଟ ଜାରି ହେବା ବିଳମ୍ବ ହୋଇଥିବାରୁ ଏହି ଶେଷ ତାରିଖ ବୃଦ୍ଧି ପାଇଁ ଦାବି ହେଉଥିଲା । ଗତ ମାସରେ ଆୟକର ବିଭାଗ ନିଯୁକ୍ତିଦାତା ( କମ୍ପାନି ଓ ବିଭିନ୍ନ ସଂସ୍ଥା) ମାନଙ୍କ ପାଇଁ ସେମାନଙ୍କ କର୍ମଚାରୀଙ୍କୁ ଫର୍ମ-୧୬ ଟିଡିଏସ ପ୍ରମାଣପତ୍ର ଦାଖଲର ଶେଷ ତାରିଖକୁ ୨୫ ଦିନ ପାଇଁ ବୃଦ୍ଧି କରି ଜୁଲାଇ ୧୦ ଧାର୍ଯ୍ୟ କରାଯାଇଥିଲା ।

ସମ୍ବନ୍ଧିତ ଖବର