ଆୟକର ରିଟର୍ଣ୍ଣ ଶେଷ ତାରିଖ ଅଗଷ୍ଟ ୩୧କୁ ବୃଦ୍ଧି

ନୂଆଦିଲ୍ଲୀ : ଚଳିତ ୨୦୧୮-୧୯ ଆୟକର ଆସେସମେଣ୍ଟ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଫାଇଲିଂରେ ଶେଷ ତାରିଖକୁ ଆସନ୍ତା ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବରୁ ଏହାର ଶେଷତାରିଖ ଜୁଲାଇ ୩୧ ତାରିଖ ଥିଲା । ଏ ସଂପର୍କରେ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଅଧିନସ୍ଥ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁ ଆୟକରଦାତାମାନେ ଜୁଲାଇ ୩୧ ତାରିଖ ସୁଦ୍ଧା ରିଟର୍ଣ୍ଣ ଫାଇଲ କରିବା ବାଧ୍ୟତାମୂଳକ ଥିଲା ସେମାନେ ଏଣିକି ଅଗଷ୍ଟ ୩୧ ସୁଦ୍ଧା ରିଟର୍ଣ୍ଣ ଦାଖଲ କରିପାରିବେ ବୋଲି ସିବିଡିଟି ପକ୍ଷରୁ ଟ୍ଵିଟ କରି କୁହାଯାଇଛି । ଗତ ଆର୍ଥିକ ବର୍ଷ ସୁଦ୍ଧା ଶେଷ ତାରିଖ ପରେ ଆୟକର ରିଟର୍ଣ୍ଣ ଫାଇଲ କଲେ କୌଣସି ଜରିମନା ପଡୁନଥିଲା । କିନ୍ତୁ ୨୦୧୮-୧୯ ବର୍ଷଠାରୁ ଜରିମନା ବା ଫାଇନର ବ୍ୟବସ୍ଥା କରାଯାଇଛିି । ଶେଷତାରିଖ ପରେ ଜରିମନା ଦାଖଲ କଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି । ଏଥିଲାଗି ଆୟକର ଆଇନରେ ସଂଶୋଧନ କରାଯାଇ ଏକ ନୂଆ ଧାରା ୨୩୪ଏଫ ଯୋଗ କରାଯାଇଛି ।

ସମ୍ବନ୍ଧିତ ଖବର