ଗୋଟିଏ ସାଧାରଣ ପେନ ଡ୍ରାଇଭ କମ୍ପାନିର ଆଇଟି ସିଷ୍ଟମକୁ ନଷ୍ଟ କରିପାରେ

ନୂଆଦିଲ୍ଲୀ : ଶିଳ୍ପ ଜଗତକୁ କ୍ରମବର୍ଦ୍ଧମାନ ସାଇବର୍‌ ଆକ୍ରମଣରୁ ରକ୍ଷା ନିମନ୍ତେ କାର୍ଯ୍ୟକରୁଥିବା ହନିୱେଲ୍‌ ପକ୍ଷରୁ କରାଯାଇଥିବା ଏସ ଅଧ୍ୟୟନରୁ ଜଣାପଡିଛି ଯେ ପେନ ଡ୍ରାଇଭ ବା ୟୁଏସବି ଡିଭାଇସ ଶିଳ୍ପ ଜଗତ ସାଇବର ସୁରକ୍ଷା ପାଇଁ ଏକ ଆହ୍ଵାନ ସୃଷ୍ଟି କରିଛି। ୫୦ଟି ଶିଳ୍ପସଂସ୍ଥାର ୟୁଏସବି ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରାଯାଇ ହନିୱେଲ ପକ୍ଷରୁ କୁହାଯାଇଛି ଯେ ପ୍ରାୟ ୪୪ ପ୍ରତିଶତ ୟୁଏସପି ଡିଭାଇସରେ ବିପଦର ଆଶଙ୍କା ରହିଛି । ଏଗୁଡ଼ିକ ମଧ୍ୟରୁ ୨୬ ପ୍ରତିଶତ ଏପରି ଭାଇରସ ବା ବିପଦ ରହିଛି ଯେଉଁଗୁଡ଼ିକ ଉକ୍ତ ଶିଳ୍ପ ସଂସ୍ଥାର ଡାଟା ସୁରକ୍ଷା ପ୍ରତି ଭୟଙ୍କର ବିପଦ ସୃଷ୍ଟି କରିପାରେ ।

ଏହି ଅବସରରେ ହନିୱେଲ୍‌ ଇଣ୍ଡଷ୍ଟିଆଲ୍‌ ସାଇବର ସୁରକ୍ଷା ଷ୍ଟାଟେଜିକ୍‌ ଇନୋଭେସନ୍‌ ଡାଇରେକ୍ଟର ଏରିକ୍‌ କ୍ନାପ୍‌ କହିଲେ, ‘ଶିଳ୍ପ ସୁରକ୍ଷା ନିୟନ୍ତ୍ରଣ ପ୍ରଣାଳୀ ପ୍ରଣୟନ କ୍ଷେତ୍ରରେ ହନିୱେଲ୍‌ ସାଇବର ସୁରକ୍ଷା କାର୍ଯ୍ୟକରି ଶିଳ୍ପ କ୍ଷେତ୍ର ସହିତ ଜଡିତଥିବା ଆମ୍ଭର ଗ୍ରାହକଙ୍କୁ ସାଇବର ଆକ୍ରମଣ ପ୍ରତିରୋଧ କରିବାର ନୂତନ ଜ୍ଞାନକୌଶଳ ଉପଲବ୍ଧ କରାଇଥାଏ। ଏହି ମର୍ମରେ ଜଣାପଡ଼ିଛି ଯେ, ୟୁଏସବି ଶିଳ୍ପ ସଂସ୍ଥାର ଗୁଡିକ ପାଇଁ ଆକ୍ରମଣ ଆହ୍ଵାନ ସୃଷ୍ଟି କରିଛି। ଏହାର ନରାକରଣ ଦ୍ୱାରା ଖୁବ୍‌ ଶୀଘ୍ର ଉପଯୋଗୀ ପଦ୍ଧତିରେ ସାଇବର ଆକ୍ରମଣକୁ ପ୍ରତିହତ କରାଯାଇ ପାରିବ ଏବଂ ଶିଳ୍ପ ସଂସ୍ଥା ଗୁଡିକର ଦୈନଦିନ କାଯର୍‌ୟ ପ୍ରଣାଳୀକୁ ପୁଙ୍ଖାନୁପୁଙ୍ଖ ଭାବରେ ଯାଂଚ୍‌ ୍‌ କରାଯାଇ ପାରିବ। ୧୧ ପ୍ରତିଶତ ଆକ୍ରମଣ ଆହ୍ଵାନ ୟୁଏସବି ଦ୍ୱାରା ହେଉ ନ ଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର