ଏବର୍ଷ ଆୟକର ରିଟର୍ଣ୍ଣ ଦାଖଲ ସହଜ ହେବ

ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ ଦାଖଲ କରିବା ବ୍ୟବସ୍ଥାକୁ ସରଳ କରିବା ଲାଗି ଚଳିତ ବର୍ଷ ଉଦ୍ୟମ କରାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ (ଆଇଟିଆର୍‌) ଦାଖଲ କରିବା ନିମେନ୍ତ ଟିକସଦାତାମାନଙ୍କୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି। େସମାନଙ୍କ ବୋଝ ହାଲୁକା କରିବା ଲାଗି ଆୟକର ବିଭାଗ ପକ୍ଷରୁ ଏକ ନୂଆ ୱେବସାଇଟ୍‌ ମଧ୍ୟ େଖାଲାଯାଇଛି। ଯଦିଓ ଏହାର ବୈଷୟିକ ତ୍ରୁଟି ଏବେ ଚର୍ଚ୍ଚାରେ ରହିଛି, କିନ୍ତୁ ସବୁ କିଛି ସମାଧାନ ହୋଇଯିବା ପରେ ଏହି ପୋର୍ଟାଲ୍‌ରେ ଆଇଟିଆର୍‌ ଦାଖଲ କରିବା ବହୁତ ସହଜ ହେବ। ଟିକସଦାତାମାନଙ୍କୁ ବହୁ ପ୍ରକାର ନୂଆ ସୁବିଧା ଏଥିରେ ମିଳିବ।

ଚଳିତ ବର୍ଷ ଠାରୁ ଟିକସଦାତାମାନେ ଏକ ନୂଅା ସୁବିଧା ପାଇବେ ଯେଉଁଥିେର ଆଇଟିଆର୍‌ର ଫର୍ମର କେତେକ ତଥ୍ୟ ଆଗୁଆ ଉପଲବ୍ଧ ଥିବ। ତେଣୁ ସେହି ତଥ୍ୟକୁ ପୁଣି ଖୋଜି ଦାଖଲ କରିବା ଲାଗି ସମୟ ଅପଚୟ କରିବାକୁ ପଡ଼ିବନି। ସୁଧ ଆୟ, ଲାଭାଂଶ, ସେୟାର ଓ ମ୍ୟୁଚୁଆଲ୍ ଫଣ୍ଡ୍‌ରୁ ପୁଞ୍ଜି ଲାଭ ଆଦିର ତଥ୍ୟ ଫର୍ମରେ ଆଗୁଆ ପୂରଣ ହୋଇରହିଥିବ। କିନ୍ତୁ ସେହି ତଥ୍ୟ ଫର୍ମ ୧୬, ଫର୍ମ ୨୬ଏସ୍‌ ଓ ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ୍‌ରେ ଥିବା ତଥ୍ୟ ସହ ମେଳ ଖାଉଛି ନା ନାହିଁ ତାହା ଟିକସଦାତା ଯାଞ୍ଚ କରିବା ଦରକାର। ଦେଶରେ ବିଭିନ୍ନ ପ୍ରକାର ଆୟକର ଫର୍ମ ପ୍ରଚଳନରେ ରହିଛି। ବ୍ୟକ୍ତିବିଶେଷଙ୍କ ପାଇଁ ଅଲଗା ଓ ବିଭିନ୍ନ ପ୍ରକାର ସଂସ୍ଥା ଲାଗି ଅଲଗା ଅଲଗା ପ୍ରକାରର ଫର୍ମ ରହିଛି। ଆଇଟିଆର୍‌-୧କୁ ବାର୍ଷିକ ୫୦ ଲକ୍ଷ ଟଙ୍କାରୁ କମ୍ ଆୟ କରୁଥିବା ଟିକସଦାତାମାନେ ଦାଖଲ କରୁଛନ୍ତି। ସେହିପରି ଆଇଟିଆର୍‌-୨, ଆଇଟିଆର୍‌-୩, ଆଇଟିଆର୍‌-୪, ଆଇଟିଆର୍‌-୫, ଆଇଟିଆର୍‌-୬, ଆଇଟିଆର୍‌-୭ ଆଦି ଫର୍ମ ରହିଛି। ଟିକସଦାତାମାନେ ନିଜ ଆୟ ଉତ୍ସ ଅନୁସାରେ ଏହି ଫର୍ମଗୁଡ଼ିକ ମଧ୍ୟରୁ ନିଜ ପାଇଁ ଯାହା ଉପଯୁକ୍ତ ତାହାକୁ ଚୟନ କରିପାରିବେ।

ଯଦି କେହି ଲାଭାଂଶ ହାସଲ କରୁଛନ୍ତି ତେବେ ଏଥର ଆୟକର ରିଟର୍ଣ୍ଣ ଦାଖଲ ବେଳେ ତାଙ୍କୁ କେତେକ ଅତିରିକ୍ତ ନିୟମ ପାଳନ କରିବାକୁ ପଡ଼ିବ ବୋଲି ଭୁଟା ଶାହ ଆଣ୍ଡ୍‌ କୋ’ର ପାର୍ଟନର ହର୍ଷ ଭୁଟା କହିଛନ୍ତି। କଂପାନି ଦେଉଥିବା ଲାଭାଂଶକୁ ଏବର୍ଷ ଟିକସ ପରିସରକୁ ଅଣାଯାଇଛି। ପୂର୍ବରୁ ଏଭଳି ଲାଭାଂଶକୁ ଛାଡ଼ ବର୍ଗରେ ଦର୍ଶାଯାଉଥିଲା। କିନ୍ତୁ ଚଳିିିତ ବର୍ଷ ଠାରୁ ତାହାକୁ ‘ଅନ୍ୟାନ୍ୟ ଉତ୍ସରୁ ଆୟ’ ବର୍ଗରେ ଦେଖାଇବାକୁ ପଡ଼ିବ। ଟିକସଦାତାମାନଙ୍କୁ ‘କର୍ମଚାରୀ ଷ୍ଟକ୍ ମାଲିକାନା ପ୍ଲାନ୍‌’ ବିଷୟରେ ମଧ୍ୟ ସୂଚନା ଦେବାକୁ ହେବ। ଦେଶରେ ନୂଆ ଓ ପୁରୁଣା ନାମରେ ଦୁଇ ପ୍ରକାର ଆୟକର ବ୍ୟବସ୍ଥା ରହିଛି। ଚଳିତ ବର୍ଷ ଠାରୁ ଟିକସଦାତାଙ୍କୁ ଯେକୌଣସି ଗୋଟିଏ ବିକଳ୍ପ ଚୟନ କରିବାକୁ ପଡ଼ିବ। ନୂଆ ଆୟକର ବ୍ୟବସ୍ଥାରେ ବାର୍ଷିକ ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଟିକସମୁକ୍ତ ରହିଛି। ତେବେ ନୂଆ ବ୍ୟବସ୍ଥାକୁ ଚୟନ କଲେ ପୁରୁଣା ବ୍ୟବସ୍ଥାରେ ଯେଉଁ ସବୁ ରିହାତି ଓ ଛାଡ଼ ମିଳୁଥିଲା ତାହା ବନ୍ଦ ହୋଇଯିବ। ପୁରୁଣା ଟିକସ ବ୍ୟବସ୍ଥାରେ ବେତନଭୋଗୀ ବର୍ଗଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନ, ଘର ଭଡ଼ା ଭତ୍ତା, ଛୁଟି ଭ୍ରମଣ ଭତ୍ତା, ଗୃହ ଋଣ ସୁଧ ଆଦିକୁ ଟିକସ ହିସାବ ବେଳେ ଛାଡ଼ କରାଯାଉଥିଲା। ଯେଉଁ ଟିକସଦାତାଙ୍କୁ ଯାହା ସୁହାଇବ ସେମାନେ ସେହି ବିକଳ୍ପ ଚୟନ କରିବା ଭଲ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ସମ୍ବନ୍ଧିତ ଖବର