ଭୁବନେଶ୍ୱର: ନାଲ୍କୋ ପକ୍ଷରୁ ଅନୁଗୁଳଠାରେ ପ୍ରତିଷ୍ଠା କରାଯିବାକୁ ଥିବା ଆଲୁମିନିୟମ ପାର୍କରେ ନିବେଶ କରିବାକୁ ଇଟାଲୀୟ ବ୍ୟବସାୟୀ ପ୍ରତିନିଧି ଦଳ ଆଗ୍ରହ ପ୍ରକାଶ କରିଛନ୍ତି। ସେମାନେ ଅନୁଗୁଳଠାରେ ପ୍ରସ୍ତାବିତ ଆଲୁମିନିୟମ ପାର୍କ ଅଞ୍ଚଳ ମଧ୍ୟ ପରିଦର୍ଶନ କରିଛନ୍ତି। ଏଠାରେ ଭାରତୀୟ ଆଲୁମିନିୟମ ସଂଘ (ଏଏଆଇ) ପକ୍ଷରୁ ଆୟୋଜିତ ଇଣ୍ଡୋ-ଇଟାଲିଆନ୍ ମେଟାଲ୍ ହବ୍ ସେମିନାର ଅବସରରେ ଇଟାଲୀୟ ବ୍ୟବସାୟୀ ପ୍ରତିନିଧି ଦଳ ଭାଗ ନେଇଥିଲେ। ସେମାନେ ଆଲୁମିନିୟମ ପାର୍କ ପ୍ରକଳ୍ପକୁ ନେଇ ବେଶ ଉତ୍ସାହିତ ଅଛନ୍ତି। ଏହି ଅବସରରେ ଭାରତରେ ଅବସ୍ଥାପିତ ଇଟାଲିର ବାଣିଜ୍ୟ ଦୂତ ଦାମିଆନୋ ଫ୍ରାଙ୍କୋଭି ଅତିଥି ଭାବେ ଯୋଗ ଦେଇ ଭାରତ ଏବଂ ଇଟାଲି ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ବଢ଼ାଇବାରେ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜ୍ୟ ଶିଳ୍ପ ବିଭାଗର ମୁଖ୍ୟ ସଚିବ ସଞ୍ଜୀବ ଚୋପ୍ରା, ନାଲ୍କୋର କାର୍ଯ୍ୟନିର୍ବାହୀ ନିର୍ଦେଶକ ଏସ୍ କେ ଦାଶ, ଏଏଆଇର ଅତିରିକ୍ତ ନିର୍ଦେଶକ ପ୍ରତାପ ଆଦିତ୍ୟ ମିଶ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଇଟାଲି ପ୍ରତିନିଧିଦଳର ଅନୁଗୁଳ ଆଲୁମିନିୟମ ପାର୍କ ପରିଦର୍ଶନ
/sambad/media/post_attachments/wp-content/uploads/2018/01/nalco-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)