କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଉତ୍ପାଦନ କରୁଛି ଆଇଟିସି

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପାଇଁ ଏବେ ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ବିଭିନ୍ନ କଳ କାରାଖାନା, ଅଫିସ ଓ ଦୋକାନ ବଜାର ଆଦି ବନ୍ଦ ରହିଛି। ପରିବହନ ସେବାଠାରୁ ଆରମ୍ଭ କରି ପର୍ଯ୍ୟଟନ ପର୍ଯ୍ୟନ୍ତ ସମୟ ସେବା ମଧ୍ୟ ଠପ୍ ହୋଇଯାଇଛି। ତେବେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଯେଭଳି ବ୍ୟାହତ ନୁହେଁ ତାହାର ଉତ୍ପାଦନ ଓ ପରିବହନକୁ ସରକାର ଏହି କଟକଣା ପରିସରରୁ ବାଦ୍ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦେଶର ପ୍ରମୁଖ ଏଫ୍‌ଏମ୍‌ସିଜି କମ୍ପାନି ଆଇଟିସି କେବଳ ଅଟା, ବିସ୍କୁଟ ଏବଂ ସାନିଟାଇଜର ଭଳି ସାମଗ୍ରୀ ଉତ୍ପାଦନ କରୁଛି। ତେବେ କମ୍ପାନିର ଉତ୍ପାଦନ କେନ୍ଦ୍ର ଗୁଡ଼ିକ ଆଂଶିକ ଭାବେ କାର୍ଯ୍ୟ କରୁଛି। କରୋନା ସଂକ୍ରମଣ ଆଶଙ୍କା ପରିପ୍ରେକ୍ଷୀରେ ସୀମିତ ସଂଖ୍ୟକ କର୍ମଚାରୀ କାରଖାନାକୁ ଆସୁଛନ୍ତି। ଏହି କର୍ମଚାରୀଙ୍କ ସହାୟତାରେ କମ୍ପାନି ଅଟା, ନୁଡଲ୍ସ, ବିସ୍କୁଟ, ସ୍ନାକ୍ସ, ସାବୁନ ଓ ସାନିଟାଇଜର ଆଦି ଉତ୍ପାଦନ କରୁଛି।

ସମ୍ବନ୍ଧିତ ଖବର