ଆଇଟିସିର ରିଲିଫ୍ ସାମଗ୍ରୀ ବଣ୍ଟନ

ଭୁବନେଶ୍ବର: ଆଇଟିସି ଓଡ଼ିଶା ତରଫରୁ ସାଲିଆସାହିର ବାତ୍ୟା ଫନି ଦ୍ବାରା ପ୍ରଭାବିତ ଲୋକମାନଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି। କଂପାନି ପକ୍ଷରୁ ଆଶିର୍ବାଦ ଅଟା, ଲୁଣ, ସନଫିଷ୍ଟ୍‌ ଭିଟା ମାରି ଓ ୟିପି ନୁଡୁଲସ୍‌ ଆଦିକୁ ନେଇ ପ୍ରସ୍ତୁତ କରାଯାଇଥିବା ରିଲିଫ୍‌ ପ୍ୟାକେଟ୍‌ଗୁଡ଼ିକୁ ୧୦୦୦ରୁ ଅଧିକ ଲୋକଙ୍କୁ ପ୍ରଦାନ କରାଯାଇଛି। ଆଇଟିସି ଓଡ଼ିଶାର ଶାଖା ପ୍ରବନ୍ଧକ ଶିତିକଣ୍ଠ ପରିଜା, ଏଏସଏମ ସନ୍ତୋଷ ଦଳେଇ, ସହକାରୀ ପ୍ରବନ୍ଧକ ଚିରାଗ ରଞ୍ଜନ ନାଥ ଓ ଏରିଆ ଏକ୍‌ଜିକ୍ୟୁଟିଭ୍ ଶ୍ରୀନିବାସ ସେଠୀ ରିଲିଫ୍ କାର୍ଯ୍ୟରେ ସହଯୋଗ ପ୍ରଦାନ କରିଚନ୍ତି।

ସମ୍ବନ୍ଧିତ ଖବର