ଭୁବନେଶ୍ବର: ଓଜୋନ୍ ଫାର୍ମାସ୍ୟୁଟିକାଲ୍ ଲିମିଟେଡ୍ ପକ୍ଷରୁ ୧୨ ଜଡ଼ିବୁଟିରେ ପ୍ରସ୍ତୁତ ଆଇଟିସ୍ ଆଇ ଡ୍ରପ୍କୁ ଓଡ଼ିଶା ବଜାରରେ ଉନ୍ମୋଚନ କରାଯାଇଛି। ଏହାର ୧୦ ଏମ୍ଏଲ୍ ପ୍ୟାକ୍ର ମୂଲ୍ୟ ହେଉଛି ୬୭ ଟଙ୍କା। କଂପାନିର ମହାପ୍ରବନ୍ଧକ ମାର୍କଣ୍ଡେୟ ତିୱାରୀ କହିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ପିଲାମାନେ ଅନ୍ଲାଇନ୍ରେ ପାଠ ପଢ଼ୁଥିବାରୁ ସେମାନଙ୍କ ଆଖି ପୋଡ଼ାଜଳା ହେବା ସେମାନେ କ୍ଲାନ୍ତ ଅନୁଭବ କରୁଛନ୍ତି। ୱାର୍କ ଫ୍ରମ୍ ହୋମ୍ରେ କାମ କରୁଥିବା କର୍ମଜୀବୀ ମହିଳାମାନେ ମଧ୍ୟ ସେଭଳି ସମସ୍ୟା ଦେଇ ଗତି କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆଇଟିସ୍ ଆଇ ଡ୍ରପ୍କୁ ପ୍ରସ୍ତୁତ କରାଯାଇଛି। ଏଥିରେ ହଳଦୀ, ପୁଦିନା, ତୁଳସୀ ପତ୍ର, ଅଁଳା, ମହୁ ଓ ଗୋଲାପ ଜଳ ଆଦି ସାମଗ୍ରୀ ବ୍ୟବହାର କରାଯାଇଛି। ଏହା ଆଖିରେ ହେବାକୁ ଥିବା କ୍ଷତିରୁ ସୁରକ୍ଷା ପ୍ରଦାନ କରିବ। ପରିବାରର ସମସ୍ତ ସଦସ୍ୟ ଏହି ଆଇ ଡ୍ରପ୍ରୁ ଦିନକୁ ଦୁଇ ବୁନ୍ଦା ବ୍ୟବହାର କରିବା ଲାଗି ସେ ପରାମର୍ଶ ଦେଇଛନ୍ତି। ଓଡ଼ିଶାରେ ଏହାର ବିକ୍ରି ଲାଗି କଂପାନି କଟକର ମେସର୍ସ ଓଡ଼ିଶା ଡ୍ରଗ୍ ଡିଷ୍ଟ୍ରିବ୍ୟୁଟର ସହ ବୁଝାମଣା କରିଛି।
ଓଡ଼ିଶା ବଜାରରେ ଆଇଟିସ୍ ଆଇ ଡ୍ରପ୍
/sambad/media/post_attachments/wp-content/uploads/2021/05/f56h45s6f4h56fs456hfshhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)