ଏସିଆର ଧନୀ ନମ୍ବର ୧ ମାନ୍ୟତା ହାତେଇଲେ ଚୀନର ଉଦ୍ୟୋଗପତି ଜ୍ୟାକ୍‌ ମା, ଦ୍ବିତୀୟ ସ୍ଥାନରେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ମୁଖ୍ୟ ମୁକେଶ ଅମ୍ବାନୀ ଏବେ ଆଉ ଏସିଆର ୧ନମ୍ବର ଧନୀ ହୋଇ ନାହାନ୍ତି। ଚୀନର ଉଦ୍ୟୋଗପତି ଏବଂ ଅଲ୍ଲୀବାବା ଗ୍ରୁପ୍ ହୋଲଡିଂ ଲିମିଟେଡର ସଂସ୍ଥାପକ ଜ୍ୟାକ୍‌ ମା ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଏସିଆ ମହାଦେଶର ସବୁଠାରୁ ବଡ଼ ଧନୀ ବ୍ୟକ୍ତି ପାଲଟିଛନ୍ତି। ତୈଳ ଦର ହ୍ରାସ ପାଇବା ସହ ବିଶ୍ବ ଷ୍ଟକ୍‌ ବଜାରରେ ତାଙ୍କ କମ୍ପାନିର ସେୟାର ମୂଲ୍ୟ ହ୍ରାସ ପାଇବା ପରେ ସେ ୧ନମ୍ବର ଧନୀ ବ୍ୟକ୍ତିର ମାନ୍ୟତା ହରାଇଛନ୍ତି। ଏବେ ଅମ୍ବାନୀ ଧନୀ ବ୍ୟକ୍ତିଙ୍କ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି।

ଏସିଆର ସବୁଠୁ ବଡ଼ ଧନୀଭାବେ ଚୀନର ଜ୍ୟାକ୍ ମା ଏବେ ଶୀର୍ଷରେ ରହିଛନ୍ତି, ଯାହାଙ୍କ ସମ୍ପତ୍ତି ୪୪.୫ ବିଲିୟନ ଡଲାର୍ (୩.୧୧ ଲକ୍ଷ କୋଟି)ରହିଛି। ଯାହା ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ଠାରୁ ୨.୬ବିଲିୟନ ଡ଼ଲାର୍ (୧୮,୨୦୦ କୋଟି) ଅଧିକ ଅଟେ। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଚୀନର ଶିଳ୍ପପତି ଜ୍ୟାକ୍ ମା ୪୪.୫ବିଲିୟନ ଡଲାର ସମ୍ପତ୍ତି ସହିତ ଏସିଆର ସର୍ବବୃହତ ଧନୀ ବ୍ୟକ୍ତି ହୋଇଥିବାବେଳେ ଭାରତର ମୁକେଶ ଅମ୍ବାନୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ୨.୯୩ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ ଜ୍ୟାକ୍ ମାଙ୍କର ମୋଟ ସମ୍ପତ୍ତି ୩.୧୧ ଲକ୍ଷ କୋଟି ଟଙ୍କା ରହିଛି।

Image result for jack-ma-of-alibaba-group-became-richest-person-of-asia-after-superceding-reliance-industries-ltd
Navbharat Times

ସୂଚନା ମୁତାବକ, ତୈଳ ମୂଲ୍ୟ ଉପରେ ସାଉଦି ଆରବ ଏବଂ ଋଷ ମଧ୍ୟରେ ଯୁଦ୍ଧ ହେତୁ ସୋମବାର ଦିନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟରେ ୧୯୯୧ମସିହା ପରେ ସବୁଠାରୁ ବଡ଼ ହ୍ରାସ ଘଟିଥିଲା। ସୋମବାର ଅନ୍ତର୍ଜାତୀୟ ବଜାରରେ ହ୍ରାସ ହେତୁ ରିଲାଏନ୍ସ ସେୟାର ୧୨%ରୁ ଅଧିକ ହ୍ରାସ ପାଇଥିଲା, ଯାହାକି ୨୦୦୯ପରେ ସବୁଠାରୁ ବଡ଼ ହ୍ରାସ ବୋଲି ଜଣା ପଡ଼ିଛି।

ସମ୍ବନ୍ଧିତ ଖବର