ଜଗି ମଙ୍ଗତ ପଣ୍ଡା ହେଲେ ସିଆଇଆଇ ପୂର୍ବାଞ୍ଚଳ ମୁଖ୍ୟ

କୋଲକାତା: ଓରଟେଲ୍‌ କମ୍ୟୁନିକେସନ୍ସର ଏମ୍‌ଡି ଜଗି ମଙ୍ଗତ ପଣ୍ଡା ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପୂର୍ବାଞ୍ଚଳ ଶାଖାର ନୂଆ ମୁଖ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ସିଆଇଆଇ ପୂର୍ବାଞ୍ଚଳ ଶାଖାର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚିତ ହେବାରେ ଶ୍ରୀମତୀ ପଣ୍ଡା ହେଉଛନ୍ତି ପ୍ରଥମ ମହିଳା। କୋଲକାତାଠାରେ ଆଜି ଅନୁଷ୍ଠିତ ପରିଷଦର ବୈଠକରେ ଶ୍ରୀମତୀ ପଣ୍ଡାଙ୍କ ନାମ ଘୋଷଣା କରାଯାଇଛି। ୨୦୧୮-୧୯ ବର୍ଷ ପାଇଁ ସେ ଏହି ପଦରେ ରହିବେ। ବ୍ରଡବ୍ୟାଣ୍ଡ୍‌ ଓ ବ୍ରଡକାଷ୍ଟିଂ ବ୍ୟବସାୟରେ ଶ୍ରୀମତୀ ପଣ୍ଡାଙ୍କର ୧୫ ବର୍ଷରୁ ଊର୍ଧ୍ୱ ଅଭିଜ୍ଞତା ରହିଛି।

ସମ୍ବନ୍ଧିତ ଖବର