ଭାରତରେ ନିର୍ମିତ ଜାଗୁଆର ଏଫ୍‌-ପେସ୍‌ ଇଂଜେନିୟମ୍‌ ମଡେଲର ବଜାର ପ୍ରବେଶ

ପୁନେ : ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ଭାରତରେ ନିର୍ମିତ ଜାଗୁଆର ଏଫ୍‌-ପେସ୍‌ ଇଂଜେନିୟମ ପେଟ୍ରୋଲ ମଡେଲର ବଜାର ପ୍ରବେଶ କରାଯାଇଛି। ଏହାର  ପେଟ୍ରୋଲ ଭ୍ୟାରିଆଣ୍ଟର ମୂଲ୍ୟ ୬୩.୧୭ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି।  ସେହିପରି ଏହାର ଡିଜେଲ୍‌ ଭ୍ୟାରଆଣ୍ଟ ମୂଲ୍ୟ ୬୩.୫୭ ଲକ୍ଷ ଟଙ୍କା ରହିଛି। ଏଥିରେ ୨.୦ ଲିଟର ଇଂଜେନିୟମ୍‌ ପେଟ୍ରୋଲ ଇଂଜିନ୍‌, ୧୮୪ କେଡବ୍ଲୁ, ୩୬୯ ଏନଏମ୍‌ ଟର୍କ, ପାର୍କ ଆସିଷ୍ଟ, ଲେନ୍‌ କିପ୍‌ ଆସିଷ୍ଟ, ୩୬୦ ଡିଗ୍ରୀ ପାର୍କିଂ ସେନସର୍‌, ଡ୍ରାଇଭ୍‌ କଣ୍ଡିସନ୍‌ ମନିଟର, କ୍ୟାବିନ୍‌ ଏୟାର ଆୟନାଇଜେସନ୍‌, ୨୫.୯୧ ଟଚ ସ୍କ୍ରିନ୍‌, ୱାଇ-ଫାଇ ହଟସ୍ପଟ୍‌, ପ୍ରୋ ସର୍ଭିସ୍‌ ଆଦି ସଂଯୁକ୍ତ କରାଯାଇଛି । ଭାରତରେ ଉପଲବ୍ଧ ହେଉଥିବା ଜାଗୁଆର ରେ୍‌ ମଧ୍ୟରେ ଏକ୍ସଇର ମୂଲ୍ୟ ୩୯.୭୩ ଲକ୍ଷରୁ ଆରମ୍ଭ ହେଉଥିବାବେଳେ ଏକ୍ସଏଫ୍‌ର ମୂଲ୍ୟ ୪୯.୫୮ ଲକ୍ଷରୁ ଆରମ୍ଭ ହେଉଛି। ସେହିପରି ଏଫ୍‌-ପେସ୍‌ର ମୂଲ୍ୟ ୬୩.୧୭ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଏକ୍ସଜେର ମୂଲ୍ୟ ୧୧୦.୩୮ ଲକ୍ଷ ଟଙ୍କା, ଏଫ୍‌-ଟାଇପ୍‌ ମୂଲ୍ୟ ୯୦.୯୩ ଲକ୍ଷ  ଟଙ୍କାରୁ ଆରମ୍ଭ ହେଉଛି ।

ଏହି ଅବସରରେ ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ଲିଃ.ର ସଭାପତି  ତଥା ପରିଚାଳନା ନିର୍ଦ୍ଦେଶକ ରୋହିତ ସୁରୀ କହିଛନ୍ତି ଯେ, ‘ଜାଗୁଆର ଲ୍ୟାଣ୍ଡ ରୋଭରର ଏଫ୍‌-ପେସ୍‌ର ବଜାର ପ୍ରବେଶ ନେଇ ଆମେ ବେଶ୍‌ ଆନନ୍ଦିତ। ଏହାର ପେଟ୍ରୋଲ ଏବଂ ଡିଜେଲ୍‌ ଭ୍ୟାରିଆଣ୍ଟର ବଜାର ପ୍ରବେଶ କରାଯାଇଛି।  ଏଥିରେ ୨.୦ ଲିଟର ଇିନିୟମ୍‌ ପେଟ୍ରୋଲ ଇିନ୍‌, ପାର୍କ ଆସିଷ୍ଟ, ଲେନ୍‌ କିପ୍‌ ଆସିଷ୍ଟ, ୩୬୦ ଡିଗ୍ରୀ ପାର୍କିଂ ସେନସର୍‌, ଡ୍ରାଇଭ୍‌ କଣ୍ଡିସନ୍‌ ମନିଟର, କ୍ୟାବିନ୍‌ ଏୟାର ଆୟନାଇଜେସନ୍‌, ୨୫.୯୧ ଟଚ ସ୍କ୍ରିନ୍‌, ୱାଇ-ଫାଇ ହଟସ୍ପଟ୍‌, ପ୍ରୋ ସର୍ଭିସ୍‌, ରୁଟ୍‌ ପ୍ଳାନର ଆପ୍‌, କମ୍ୟୁଟ୍‌ ମୋଡ୍‌ ଏବଂ ଶେୟାରିଂ ଇଟିଏ ଆଦି ବୈଶିଷ୍ଟ୍ୟ ରହିଛି।

 

 

ସମ୍ବନ୍ଧିତ ଖବର