ଭାରତୀୟ ବଜାରରେ ଜାଗୁଆର ଏଫ୍‌-ଟାଇପ୍‌ ୨.୦-ଆଇ

ନୂଆଦିଲ୍ଲୀ: ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ପକ୍ଷରୁ ନିର୍ମିତ ଜାଗୁଆର ଏଫ୍‌-ଟାଇପ୍‌ର ଚାହିଦା ଭାରତରେ ବୃଦ୍ଧି ପାଇଛି। ସମ୍ପ୍ରତି କମ୍ପାନୀ ଜାଗୁଆର ଏଫ୍‌-ଟାଇପ୍‌ ୨.୦ ଆଇର ନିର୍ମାଣ କରିଛି। ଏହି ନୂତନ ଜାଗୁଆର ଏଫ୍‌-ଟାଇପ୍‌ ୨.୦ ଆଇକୁ ଏରୋଡାଇନାମିକ୍ସ ଇିନିୟରଙ୍କ ଦ୍ୱାରା ନିର୍ମାଣ କରାଯାଇଛି। ଏଥିରେ ଟର୍ବୋ ଚାର୍ଜଡ୍‌ ଫୋର୍‌-ସିଲିଣ୍ଡର ଇଗ୍ନିୟମ୍‌ ପେଟ୍ରୋଲ ଇିନ୍‌ ରହିଛି। ଏଥିରେ ୨୨୧ କିଲୋୱାଟ ପାୱାର ଆଉଟପୁଟ ୨.୦ ଆଇ ମୋଟର ରହିଛି। ମାତ୍ର ୫.୭ ସେକେଣ୍ଡରେ ଏହା ଘଣ୍ଟାପ୍ରତି ୦-୧୦୦ କିମି ଗତି ହାସଲ କରିପାରିଥାଏ। ଏହାର ଟପ୍‌ ସ୍ପିଡ୍‌ ଘଣ୍ଟାପ୍ରତି ୨୫୦ କିମି ରହିଛି। ଜାଗୁଆର ଏଫ୍‌-ଟାଇପ୍‌ ୨.୦-ଆଇ କ୍ୟୁପୋର ମୂଲ୍ୟ ୯୦.୯୩ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଥିବାବେଳେ ୨.୦-ଆଇ କନଭର୍ଟବୁଲ୍‌ର ମୂଲ୍ୟ ୧୦୧.୪୫ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଏହାର ଇଗ୍ନିୟମ୍‌ ଇିନ୍‌ର ଓଜନ ୫୨ କିଗ୍ରା ରହିଛି। ଏଥିରେ ଆର୍‌-ଡାଇନାମିକ୍‌ ଭାରିଆଣ୍ଟକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଚାଳକଙ୍କୁ ଅନନ୍ୟ ଡ୍ରାଇଭିଂ ଅଭିଜ୍ଞତା ଉପଲବ୍ଧ କରାଇବାକୁ ସକ୍ଷମ ହେବ । ଭାରତରେ ଉପଲବ୍ଧ ହେଉଥିବା ଜାଗୁଆର ରେଞ୍ଜ ମଧ୍ୟରେ ଏକ୍ସଇର ମୂଲ୍ୟ ୩୯.୭୩ ଲକ୍ଷରୁ ଆରମ୍ଭ ହେଉଥିବାବେଳେ ଏକ୍ସଏଫ୍‌ର ମୂଲ୍ୟ ୪୯.୫୮ ଲକ୍ଷରୁ ଆରମ୍ଭ ହେଉଛି। ସେହିପରି ଏଫ୍‌-ପେସ୍‌ର ମୂଲ୍ୟ ୬୨.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଏକ୍ସଜେର ମୂଲ୍ୟ ୧୧୦.୩୮ ଲକ୍ଷ ଟଙ୍କା, ଏଫ୍‌-ଟାଇପ୍‌ ମୂଲ୍ୟ ୯୦.୯୩ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି।

ସମ୍ବନ୍ଧିତ ଖବର