ଜାଗୁଆର ଲ୍ୟାଣ୍ଡ୍‌ରୋଭର୍‌ର ନୂଆ ଡିଲର୍‌ସିପ୍

ଭୁବନେଶ୍ବର: ଏମ୍ପ୍ରିଓ ପ୍ରେଷ୍ଟିଜ୍ ସହଯୋଗରେ ଭୁବନେଶ୍ବରରେ ଜାଗୁଆର ଲ୍ୟାଣ୍ଡ୍‌ରୋଭ୍‌ର ନୂତନ ଡିଲର୍‌ସିପ୍ ପ୍ରତାପନଗରୀ ଠାରେ ଉଦ୍‌ଘାଟିତ ହୋଇଛି। ଏହାକୁ ନେଇ ହୋଟେଲ୍‌ ମେ’ଫେୟାର ଲାଗୁନ୍‌ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଏମ୍ପ୍ରିଓ ପ୍ରେଷ୍ଟିଜ୍‌ର ଏମ୍‌ଡି ଗଙ୍ଗାଧର ସାମଲ କହିଛନ୍ତି ଯେ, ଓଡ଼ିଶା ଭଳି ବଜାର ପାଇଁ ଜାଗୁଆର ଲ୍ୟାଣ୍ଡରୋଭର୍‌ର ଭିନ୍ନ ରଣନୀତି ରହିଛି। ରାଜ୍ୟରେ କଂପାନି ଲକ୍‌ଜୁରି କାର୍‌ ବଜାରର ଅଗ୍ରଣୀ ସ୍ଥାନ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଏହି ଅବସରରେ ରକ୍ ବ୍ୟାଣ୍ଡ୍‌ ନ୍ୟୁକ୍ଲିୟସ୍‌ ପକ୍ଷରୁ ଦର୍ଶକଙ୍କ ମନୋରଂଜନ କରାଯାଇଥିବା ବେଳେ ଆଧାର ମଲ୍ଲିକ ନିଜ କମେଡ଼ିରେ ଲୋକମାନଙ୍କୁ ହସାଇଥିଲେ। ଏହି ଅବସରରେ ଜାଗୁଆର ଲ୍ୟାଣ୍ଡ୍‌ରୋଭର୍‌ର ଆଞ୍ଚଳିକ ବ୍ୟାବସାୟ ମୁଖ୍ୟ ପ୍ରବୀଣ ଭୋଣ୍ଡେ ଓ ଏମ୍ପ୍ରିଓପ୍ରେଷ୍ଟିଜ୍‌ର ବିକ୍ରି ଓ ମାର୍କେଟିଂ ମୁଖ୍ୟ ସୌରଭ ସାହୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର