ନିଷିଦ୍ଧ କ୍ରିପ୍ଟୋରେ ପେମେଣ୍ଟ୍‌ କଲେ ଜେଲ୍

ନୂଆଦିଲ୍ଲୀ : ନିଷିଦ୍ଧ ଘୋଷଣା ହେବାକୁ ଥିବା କ୍ରିପ୍ଟୋକରେନ୍ସିରେ ପେମେଣ୍ଟ୍‌ କଲେ ଜେଲ୍ ଯିବାକୁ ପଡ଼ିବ। ବିନା ୱାରେଣ୍ଟ୍‌ରେ ଗିରଫ କରାଯିବ। ଜାମିନ ମଧ୍ୟ ମିଳିବ ନାହିଁ। ସରକାର ସଂସଦରେ ଉପସ୍ଥାପନ କରିବାକୁ ଯାଉଥିବା କ୍ରିପ୍ଟୋକରେନ୍ସି ସମ୍ପର୍କିତ ବିଲ୍‌ରେ ଏଭଳି କିଛି ବ୍ୟବସ୍ଥା ରହିଥିବା କୁହାଯାଉଛି। କ୍ରିପ୍ଟୋକରେନ୍ସିର ମାଇନିଂ, ସୃଷ୍ଟି, ପାଖରେ ରଖିବା, ବିକିବା କିମ୍ବା କାରବାର କରିବା ଆଦି ସବୁ କିଛିକୁ ନିଷିଦ୍ଧ କରିଯିବାର ସମ୍ଭାବନା ରହିଛି। ଏହି ଆଇନର ଉଲ୍ଲଂଘନକୁ ଧର୍ତ୍ତବ୍ୟ ଅପରାଧ ଭାବେ ବିଚାର କରାଯିବ ଏବଂ ଏହା ଜାମିନବିହୀନ ଅପରାଧ ବର୍ଗରେ ରହିବ। ଅର୍ଥାତ ବିନା ୱାରେଣ୍ଟ୍‌ରେ ଲୋକଙ୍କୁ ଗିରଫ କରାଯାଇପାରିବ।

ଲୋକମାନଙ୍କ ସ୍ବାର୍ଥ ରକ୍ଷା ଲାଗି ବିଲ୍‌ ଏଭଳି ବ୍ୟବସ୍ଥା କରାଯାଇଛି। ଆଇନ ଉଲ୍ଲଂଘନକାରୀଙ୍କୁ ୧.୫ ବର୍ଷ ଜେଲ୍ ଓ ସେମାନଙ୍କ ଉପରେ ୨୦ କୋଟି ଟଙ୍କାର ଜରିମାନା ଲାଗୁ କରିବା ବ୍ୟବସ୍ଥା କରାଯିବ। କ୍ରି‌ପ୍ଟୋକରେନ୍ସିକୁ ନେଇ ଦେଶରେ ପ୍ରବଳ ଉତ୍ସାହ ରହିଛି। କ୍ରିପ୍ଟୋ ଏକ୍ସଚେଞ୍ଜ୍‌ଗୁଡ଼ିକ ଲୋଭନୀୟ ବିଜ୍ଞାପନ ଜରିଆରେ ଲୋକମାନଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି। ତାହା ସରକାରଙ୍କ ପାଇଁ ଚିନ୍ତାର କାରଣ।

ସମ୍ବନ୍ଧିତ ଖବର