ଫେବ୍ରୁଆରୀ ୧ରେ ପୂର୍ଣ୍ଣାଙ୍କ ବଜେଟ ବଦଳରେ ଏକ ମଧ୍ୟବର୍ତ୍ତିକାଳୀନ ବଜେଟ ଆଗତ ହେବ

ନୂଆଦିଲ୍ଲୀ : ଆସନ୍ତା ଫେବ୍ରୁଆରୀ ମାସରେ କେନ୍ଦ୍ରର ଏନଡିଏ ସରକାରଙ୍କ ତରଫରୁ ଏକ ମଧ୍ୟବର୍ତ୍ତିକାଳୀନ ବଜେଟ ଉପସ୍ଥାପନ କରାଯିବ । ଏ ନେଇ ଅର୍ଥମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଲୋକମାନଙ୍କୁ ଆକୃଷ୍ଟ କରିବାକୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏକ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ ଓ ବିଭିନ୍ନ ଲୋଭନୀୟ ଘୋଷଣା କରିବେ । କିନ୍ତୁ ଅର୍ଥମନ୍ତ୍ରୀ ପୂର୍ବ ପ୍ରଚଳିତ ପରମ୍ପରାକୁ ପାଳନ କରିବେ ବୋଲି ଜଣାପଡିଛି । ତେବେ ଏହି ମଧ୍ୟବର୍ତ୍ତିକାଳୀନ ବଜେଟରେ ମଧ୍ୟ ସରକାର କେତେକ ଟିକସ ସଂପର୍କିତ ଘୋଷଣା କରିବାର ଆଶା କରାଯାଉଛି । ଇତି ମଧ୍ୟରେ ଅର୍ଥମନ୍ତ୍ରାଳୟ ଆଗାମୀ ମଧ୍ୟବର୍ତ୍ତିକାଳୀନ ବଜେଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ବୁଧବାରଦିନ ଅର୍ଥ ମନ୍ତ୍ରାଳୟ ବିଭିନ୍ନ ବିଭାଗର ପରାମର୍ଶ ଓ ଖର୍ଚ୍ଚ ଦାବି ଆମନ୍ତ୍ରଣ କରିଛି । ଜେଟଲୀ ଫେବ୍ରୁଆରୀ ୧ରେ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ । ଏକ ଲେଖାନୁଦାନ ବା ମଧ୍ୟବର୍ତ୍ତିକାଳୀନ ବଜେଟରେ ସରକାର ମାତ୍ର ୨ ମାସ ପାଇଁ ଖର୍ଚ୍ଚ ଦାବି ଆଗତ କରନ୍ତି, କିନ୍ତୁ ସଂପୂର୍ଣ୍ଣ ଆର୍ଥିକ ବର୍ଷ ପାଇଁ ବଜେଟ ଅଟକଳ ଆଗତ କରାଯାଇଥାଏ ।

ସମ୍ବନ୍ଧିତ ଖବର