ଜନ ଧନ ଖାତାର ଓଭରଡ୍ରାଫ୍ଟ ସୀମା ବଢ଼ିଲା

ନୂଆଦିଲ୍ଲୀ: ଜନ ଧନ ଖାତାରେ ଓଭରଡ୍ରାଫ୍ଟ ସୀମାକୁ ୫ ହଜାର ଟଙ୍କାରୁ ବଢ଼ାଇ ୧୦ ହଜାର ଟଙ୍କା କରାଯାଇଛି। ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି କହିଛନ୍ତି ଯେ, ୮୩% ଜନ ଧନ ଖାତାକୁ ଆଧାର ସହିତ ଲିଙ୍କ୍‌ କରାଯାଇଛି। ଦେଶରେ ଏବେ ୩୨.୪୧ ଲକ୍ଷ ଜନ ଧନ ଖାତା ରହିଛି ଯେଉଁଥିରେ ୮୧,୨୦୦ କୋଟି ଟଙ୍କାର ଜମା ରାଶି ରହିଛି।

ସମ୍ବନ୍ଧିତ ଖବର