ନୂଆଦିଲ୍ଲୀ: ସାତଟି ଦେଶ ଗସ୍ତରେ ବାହାରିଥିବା ବିଶ୍ବର ଚର୍ଚ୍ଚିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲ୍ ଚାଟ୍ଜିପିଟିର ଜନକ ଭାବେ ବିଶ୍ବବ୍ୟାପୀ ଖ୍ୟାତି ହାସଲ କରିଥିବା ଓପନ୍ଏଆଇର ସିଇଓ ସାମ୍ ଅଲ୍ଟମ୍ୟାନ୍ ଆଜି ଭାରତରେ ପହଞ୍ଚିଛନ୍ତି। ସେ ଜି୨୦ ସେର୍ପା ଅମିତାଭ କାନ୍ତଙ୍କ ବ୍ୟତୀତ ପ୍ରଯୁକ୍ତି ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଓ ଉଦ୍ୟୋଗୀଙ୍କୁ ସାକ୍ଷାତ କରିଛନ୍ତି। ଆସନ୍ତାକାଲି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ଷ୍ଟାନ୍ଫୋର୍ଡ ବିଶ୍ବବିଦ୍ୟାଳୟରୁ ଅଧାରୁ ପାଠପଢ଼ା ଛାଡ଼ିଥିବା ଅଲ୍ଟମ୍ୟାନ୍ ଏଆଇ ଓ ଚାଟ୍ଜିପିଟିକୁ ନେଇ ରହିଥିବା ସମ୍ଭାବନା ଓ ଆହ୍ବାନ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।
ଚାଟ୍ଜିପିଟିକୁ ଭାରତ ଗ୍ରହଣ କରିଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଚାକିରି ଉପରେ ଏଆଇର ପ୍ରଭାବକୁ ନେଇ ସେ କହିଛନ୍ତି ଯେ ନୂଆ ପ୍ରଯୁକ୍ତି ଆସିଲେ ଚାକିରି ଢାଞ୍ଚାରେ ପରିବର୍ତ୍ତନ ହୁଏ। ଏହା ସାଧାରଣ କଥା। ଏଆଇର ଖରାପ ଦିଗଗୁଡ଼ିକ ବିଷୟରେ ହେଉଥିବା ଆଲୋଚନା ସମ୍ପର୍କରେ ସେ କହିଛନ୍ତି ଯେ ଆମେ ଯାହା ବିକାଶ କରିଛୁ ତାହା ବହୁତ ଖରାପ ବୋଲି କୁହାଯାଉଥିବାରୁ ମୋତେ ଦିନ ହଉନି। ଏହି ପ୍ରଯୁକ୍ତି କେତେ କଠିନ ଓ ଜଟିଳ ତାହା ଭଲ ଭାବେ ନବୁଝି ଆମେ କିଛି ତିଆରି କରିଦେଇଥିବା ଭଳି ମନେ ହେଉଛି। ବର୍ତ୍ତମାନର ଏଆଇ ବ୍ୟବସ୍ଥା ବିପଜ୍ଜନକ ନୁହେଁ। ଚାଟ୍ଜିପିଟି୪ରୁ ବି ବିଶେଷ ବିପଦ ନାହିଁ। କିନ୍ତୁ ଚାଟ୍ଜିପିଟି୧୦ ସମ୍ପୂର୍ଣ୍ଣ ଭିନ୍ନ ରହିବ ବୋଲି ସେ କହିଛନ୍ତି। ମଣିଷ ରୋବଟ୍ ପ୍ରେମରେ ପଡ଼ିବା ଅନୁଚିତ ବୋଲି କହିବା ସହ ଅଲ୍ଟମ୍ୟାନ୍ କହିଛନ୍ତି ଯେ ଏଆଇକୁ ନିୟନ୍ତ୍ରଣରେ ରଖିବା ଲାଗି ସାରା ବିଶ୍ବ ଏକଜୁଟ ହେବା ଦରକାର। ଏଆଇ ନିୟନ୍ତ୍ରଣ ସପକ୍ଷରେ ସେ ଯୁକ୍ତି ଉପସ୍ଥାପନ କରିଛନ୍ତି।
ଅନ୍ୟ ପକ୍ଷେର ଭାରତର ଦୁଇଟି ପ୍ରମୁଖ କଂପାନି ଟାଟା ଗ୍ରୁପ୍ ଓ ବାଇଜୁସ୍ ଏଆଇ ପ୍ରଯୁକ୍ତିରେ ବଡ଼ ଧରଣର ନିବେଶ କରିବେ ବୋଲି ଘୋଷଣା କରିଛନ୍ତି।
/sambad/media/post_attachments/wp-content/uploads/2023/06/5465j4g65gdgjdgjdgdj.jpg)
ମୁଁ ଚାଟ୍ଜିପିଟି ବ୍ୟବହାର କରେ: ଆପଲ୍ ସିଇଓ
ୱାସିଂଟନ: ଆଇଫୋନ୍ ନିର୍ମାତା ଆମେରିକୀୟ କଂପାନି ଆପଲ୍ର ସିଇଓ ଟିମ୍ କୁକ୍ ସ୍ବୀକାର କରିଛନ୍ତି ଯେ ସେ ଲୋକପ୍ରିୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲ୍ ଚାଟ୍ଜିପିଟି ବ୍ୟବହାର କରିଛନ୍ତି। ଅନ୍ୟମାନଙ୍କ ଭଳି ଚାଟ୍ଜିପିଟିରେ ରହିଥିବା ସମ୍ଭାବନାକୁ ନେଇ ସେ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି। କିନ୍ତୁ ଏହା ନିୟନ୍ତ୍ରଣ ଭିତରେ ରହିବା ଦରକାର ବୋଲି କହିବାକୁ ସେ ଭୁଲିନାହାନ୍ତି। ଆପଲ୍ ଆଇଓଏସ୍ ଡିଭାଇସ୍ ପାଇଁ ଆପ୍ ଜରିଆରେ ଚାଟ୍ଜିପିଟି ଉପଲବ୍ଧ ରହିଛି।
ସାମ୍ ଅଲ୍ଟମ୍ୟାନ୍ କିଏ?
ବିଶ୍ବର ସବୁଠୁ ଚର୍ଚ୍ଚିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲ୍ ଚାଟ୍ଜିପିଟି ବିକାଶ କରିଥିବା ସଂସ୍ଥା ଓପନ୍ଏଆଇର ସିଇଓ ହେଉଛନ୍ତି ସାମ୍ ଅଲ୍ଟମ୍ୟାନ୍। ଷ୍ଟାନ୍ଫୋର୍ଡ ବିଶ୍ବବିଦ୍ୟାଳୟରେ ଦୁଇ ବର୍ଷ ପର୍ଯ୍ୟନ୍ତ କମ୍ପ୍ୟୁଟର ସାଇନ୍ସ ପଢ଼ିବା ପରେ ୨୦୦୫ରେ ସେ ଅଧାରୁ ପଢ଼ା ଛାଡ଼ିଥିଲେ। ମାତ୍ର ୧୯ ବର୍ଷ ବୟସରେ ଲୁପ୍ତ ନାମକ ଏକ ସୋସିଆଲ ମିଡିଆ ଆପ୍ ବିକାଶ କରିବା ଲାଗି ସେ ପାଠପଢ଼ା ବନ୍ଦ କରିଦେଇଥିଲେ। ନିଜକୁ ଜଣେ ସମଲିଙ୍ଗୀ କହୁଥିବା ଅଲ୍ଟମ୍ୟାନ୍ ନିଜ ବନ୍ଧୁ ନିକ୍ ସିଭୋଙ୍କୁ ୯ ବର୍ଷ ଡେଟ୍ କରିଥିଲେ। ନିକଟରେ ସେମାନେ ଅଲଗା ହୋଇଛନ୍ତି। ୨୦୧୫ରେ ଏଲନ୍ ମସ୍କ, ଗ୍ରେଗ୍ ବ୍ରୋକ୍ମ୍ୟାନ୍, ଜେସିକା ଲିଭିଙ୍ଗଷ୍ଟୋନ, ପିଟର ଥିଏଲ ଆଦିଙ୍କ ସହ ମିଶି ସେ ଓପନ୍ଏଆଇକୁ ପ୍ରତିଷ୍ଠା କରିଥିଲେ। ଅଲ୍ଟମ୍ୟାନ୍ ଆମିଷ ଖାଇବାକୁ ପସନ୍ଦ କରନ୍ତିନାହିଁ। ପିଲାଦିନରୁ ସେ ନିରାମିଷାଶି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/gd4j4gj654jg56gjjgg.jpg)