ନୂଆଦିଲ୍ଲୀ: ଦେଶରେ ପ୍ରଧାନମନ୍ତ୍ରୀ ଜନଧନ ଖାତା ଯୋଜନା(ପିଏମ୍‌ଜେଡିଓ୍ଵାଇ)ର ହିତାଧିକାରୀଙ୍କ ସଂଖ୍ୟା ୩୨ କୋଟି ଟଙ୍କା ଟପିଗଲାଣି। ଚଳିତମାସ ୫ ତାରିଖ ସୁଦ୍ଧା ଏହି ଯୋଜନାରେ ମୋଟ ୩୨.୬୧ କୋଟି ଲୋକ ଖାତା ଖୋଲିଛନ୍ତି। ଲୋକଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତୀକରଣ କରିବା ପାଇଁ ୨୦୧୪ ମସିହାରେ ଏହି ଯୋଜନା ୪ ବର୍ଷ ପାଇଁ ଆରମ୍ଭ ହୋଇଥିଲା। ତେବେ ନିକଟରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ଯୋଜନାକୁ ଚଳାଇ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଏହି ଯୋଜନାରେ କେତେକ ପରିବର୍ତ୍ତନ ମଧ୍ୟ ଅଣାଯାଇଛି। ଗତ ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୫ ତାରିଖ ମଧ୍ୟରେ ଏହି ଯୋଜନାର ଜମାରାଶିରେ ୧୨୬୬.୪୩ କୋଟି ଟଙ୍କା ବୃଦ୍ଧି ଘଟିଛି। ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ଏହି ଯୋଜନାରେ ଲୋକମାନଙ୍କ ମୋଟ ଜମାରାଶି ୮୨,୪୯୦.୯୮ କୋଟି ଟଙ୍କା ରହିଛି। ଯୋଜନାରେ ଅଣାଯାଇଥିବା ପରିବର୍ତ୍ତନ ଅନୁଯାୟୀ, ନୂଆ ରୁପେ କାର୍ଡଧାରୀଙ୍କ ପାଇଁ ଦୁର୍ଘଟଣା ବୀମା ରାଶି ୧ ଲକ୍ଷ ଟଙ୍କା ପରିବର୍ତ୍ତେ ୨ ଲକ୍ଷ ଟଙ୍କାକୁ ବଢ଼ାଯାଇଛି। ଅଗଷ୍ଟ ୨୮ ତାରିଖ ପରେ ଖୋଲାଯାଇଥିବା ଖାତାଧାରୀଙ୍କ ପାଇଁ ଏହି ସୁବିଧା ମିଳିବ। ଏଥିସହିତ ଓଭରଡ୍ରାଫ୍ଟ ରାଶି ୫ ହଜାର ପରିବର୍ତ୍ତେ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।