ନୂଆଦିଲ୍ଲୀ : ଜାନୁଆରି ମାସରେ ଦେଶର ଜିଏସଟି ରାଜସ୍ୱ ରେକର୍ଡ ୧ ଲକ୍ଷ ୨୦ ହଜାର କୋଟି ଛୁଇଁଛି । ଏହା ଜାନୁଆରି ୨୦୨୦ ତୁଳନାରେ ୮ ପ୍ରତିଶତ ଅଧିକ ହୋଇଥିବାବେଳେ ପୂର୍ବମାସ ଅର୍ଥାତ ଡିସେମ୍ବର ୨୦୨୦ ତୁଳନାରେ ୪ ପ୍ରତିଶତ ଅଧିକ । ଡିସେମ୍ବର ୨୦୨୦ରେ ଜିଏସଟି ଆଦାୟ ୧,୧୫,୧୭୪ କୋଟି ଟଙ୍କା ଥିଲା ।
ଜୁଲାଇ ମାସରେ ସଂଗ୍ରହ ହୋଇଥିବା ୧,୧୯,୮୪୭ କୋଟିରୁ କେନ୍ଦ୍ରୀୟ ଜିଏସଟି ଟ. ୨୧୯୨୩ କୋଟି, ରାଜ୍ୟ ଜିଏସଟି ଟ.୨୯୦୧୪ କୋଟି, ଇଣ୍ଟିଗ୍ରେଟେଡ ଜିଏସଟି ୬୦,୨୮୮ କୋଟି ଟଙ୍କା ଓ ସେସ ୮୬୨୨ କୋଟି ଟଙ୍କା ଅନ୍ତର୍ଭୁକ୍ତ ।
ଏପ୍ରିଲ ମାସରେ ଦେଶରେ ଲକଡାଉନ ଚାଲିଥିବାରୁ ସରକାରଙ୍କ ଜିଏସଟି ରାଜସ୍ୱ ହ୍ରାସ ପାଇ ୩୨୧୭୨ କୋଟିକୁ ହ୍ରାସ ପାଇଥିଲା । ସେହିପରି ମେ ମାସରେ ଏହା ୬୨,୧୫୧ କୋଟିକୁ ବୃଦ୍ଧି ପାଇଥିଲା । ଜୁନ ମାସରେ ସରକାର ୯୦,୯୧୭ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ କରିଥିଲେ । ମାତ୍ର ଗତ ଅକ୍ଟୋବର ପରଠାରୁ ଜିଏସଟି ଆଦାୟ କ୍ରମାଗତ ଭାବେ ୧ ଲକ୍ଷ କୋଟି ଉପରେ ରହୁଛି ।