ଜାନୁଆରିରେ ଜିଏସଟି ସଂଗ୍ରହ ୧.୫୬ ଲକ୍ଷ କୋଟି

ନୂଆଦିଲ୍ଲୀ : ଅର୍ଥ ମନ୍ତ୍ରଣାଳୟ  ପକ୍ଷରୁ ମଙ୍ଗଳବାର ରାତିରେ ଜାନୁଆରୀ ମାସ ପାଇଁ ଜିଏସଟି ସଂଗ୍ରହ ତଥ୍ୟ ପ୍ରକାଶ ପାଇଛି । ଜାନୁଆରୀ ୩୧ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ସଂଗୃହିତ ତଥ୍ୟ ଅନୁଯାୟୀ, ଜିଏସଟି ସଂଗ୍ରହ ୧,୫୫,୯୨୨ କୋଟି ଟଙ୍କା ରହିଛି। ଏହା ହେଉଛି ଦ୍ବିତୀୟ ସର୍ବାଧିକ ମାସିକ ଜିଏସଟି ସଂଗ୍ରହ ।

ଜାନୁଆରିରେ ସଂଗ୍ରହ କରାଯାଇଥିବା ୧,୫୫,୯୨୨ କୋଟିର ଜିଏସଟି ରାଜସ୍ବ ମଧ୍ୟରୁ ସିଜିଏସଟି ଭାବେ ୨୮,୯୬୩ କୋଟି ଟଙ୍କା, ଏସଜିଏସଟି ଭାବେ ୩୬,୭୩୦ କୋଟି ଟଙ୍କା ଏବଂ ଆଇଜିଏସ୍ଟି ଭାବେ ୭୯,୫୯୯ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା। ଆଇଜିଏସଟି ରାଶି ମଧ୍ୟରୁ ୩୭,୧୧୮ କୋଟି ଟଙ୍କା ସାମଗ୍ରୀ ଆମଦାନୀ ଉପରେ ଟିକସ ଭାବରେ ସଂଗ୍ରହ କରାଯାଇଥିଲା ।

ଅର୍ଥ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ସେସ୍ ଭାବରେ ୧୦,୬୩୦ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା। ଏଥିମଧ୍ୟରୁ ୭୬୮ କୋଟି ଟଙ୍କା ସାମଗ୍ରୀ ଆମଦାନୀ ଉପରେ ସରଚାର୍ଜ ଭାବେ ଉଦ୍ଧାର କରାଯାଇଛି । ସରକାରୀ ତଥ୍ୟ ଅନୁଯାୟୀ, ଗତ ଏକ ବର୍ଷ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ସର୍ବାଧିକ ପରିମାଣର ଜିଏସଟି ସଂଗ୍ରହ । ଏହା ପୂର୍ବରୁ ଏପ୍ରିଲ ୨୦୨୨ରେ ଜିଏସଟି ସଂଗ୍ରହ ୧.୬୮ ଲକ୍ଷ କୋଟି ଟଙ୍କା ଥିଲା ।

ସମ୍ବନ୍ଧିତ ଖବର