ହାଇଦ୍ରାବାଦ: ଯଶୋଦା ହସ୍ପିଟାଲ୍ରେ ଭାରତ ପ୍ରଥମ ୩ଟି ଆଇଏମ୍ଆର୍ଆଇ ମେସିନ୍ ସ୍ଥାପନ କରାଯାଇଛି। ବ୍ରେନ୍ ଟ୍ୟୁମର୍ ଅସ୍ତ୍ରୋପଚାର କ୍ଷେତ୍ରରେ ଏହାର ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି। ଏହି ମେସିନ୍ ବ୍ରେନ୍ ଟ୍ୟୁମର୍ ଅସ୍ତ୍ରୋପଚାରକୁ ଅଧିକ ସୁରକ୍ଷିତ କରିପାରିଛି। ଏହି ମେସିନ୍ ଜରିଆରେ ବିଗତ କିଛି ମାସ ଭିତରେ ଯଶୋଦା ହସ୍ପିଟାଲ୍ର ଡାକ୍ତରୀ ଦଳ ସଫଳତାର ସହିତ ଶତାଧିକ ମସ୍ତିଷ୍କ ଅସ୍ତ୍ରୋପଚାର କରିଛନ୍ତି। ଆଇଏମ୍ଆର୍ଆଇ ମେସିନ୍ର ଏକ ବଡ଼ ଲାଭ ହେଉଛି ଅସ୍ତ୍ରୋପଚାର ସମୟରେ ହିଁ ଏହା ଏମ୍ଆର୍ଆଇ ସ୍କାନ୍ କରିପାରିବ। ଫଳରେ ଡାକ୍ତରମାନେ ଜାଣିପାରିବେ ଯେ ଯୋଜନା ଅନୁସାରେ ଅସ୍ତ୍ରୋପଚାର ଠିକ୍ ରହିଛି। ଏହି ମେସିନ୍ ନ୍ୟୁରୋ ସର୍ଜନ୍ଙ୍କ ପାଇଁ ବିଶେଷ ସହାୟକ ହୋଇଛି ବୋଲି ହସ୍ପିଟାଲ୍ର ବରିଷ୍ଠ ନ୍ୟୁରୋ ସର୍ଜନ ଡକ୍ଟର ଆନନ୍ଦ ବାଲସୁବ୍ରମଣିଅମ୍ କହିଛନ୍ତି। ଆମେ ହସ୍ପିଟାଲ୍ରେ ସର୍ବାଧୁନିକ ପ୍ରଯୁକ୍ତି ଉପଲବ୍ଧ କରାଇବା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛୁ ବୋଲି ହସ୍ପିଟାଲ୍ର ପରିଚାଳନା ନିର୍ଦେଶକ ଡକ୍ଟର ଜି ଏସ୍ ରାଓ କହିଛନ୍ତି।
ଯଶୋଦା ହସ୍ପିଟାଲ୍ରେ ‘୩ଟି ଆଇଏମ୍ଆର୍ଆଇ’
/sambad/media/post_attachments/wp-content/uploads/2018/02/jasoda-hospital.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)