ଗାଡ଼ି କଂପାନି ମୁଖ୍ୟଙ୍କୁ ଭେଟିଲେ ଜାଭଡେକର

ନୂଆଦିଲ୍ଲୀ: କେନ୍ଦ୍ର ଭାରି ଶିଳ୍ପ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ପ୍ରକାଶ ଜାଭଡେକର ଆଜି ଅଟୋମୋବାଇଲ ଶିଳ୍ପର କେତେଜଣ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଲକ୍‌ଡାଉନ୍ ଅବଧି ଶେଷହେବା ପରେ ଅଟୋ‌ମୋବାଇଲ ଶିଳ୍ପର ଉତ୍ପାଦନ କିଭଳି ଆରମ୍ଭ ହେବ ସେ ନେଇ ଅଧିକାରୀମାନେ ମନ୍ତ୍ରୀଙ୍କୁ ଅନେକ ପରାମର୍ଶ ଦେଇଛନ୍ତି। ଭିଡ଼ିଓକ‌ନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ହୋଇଥିଲା। ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଜାଭଡେକର କହିଛନ୍ତି, ଅଟୋଶିଳ୍ପରେ ବହୁସଂଖ୍ୟକ କର୍ମଚାରୀ କାମ କରିଥାନ୍ତି। ଜିଏସ୍‌ଟିରେ ଏହି ଶିଳ୍ପର ଯୋଗଦାନ ସର୍ବାଧିକ। ସେହିଭଳି ଜିଡିପିକୁ ମଧ୍ୟ ଏହା ଅଧିକ ଯୋଗଦାନ ଦେଇଥାଏ। ଗତବର୍ଷ ଭାରତର ଅଟୋମୋବାଇଲ ଶିଳ୍ପ ଷ୍ଟେଜ୍‌-୪ରୁ ଷ୍ଟେଜ୍‌-୬ ମାନର ଗାଡ଼ି ଉତ୍ପାଦନ କରିବା ଦ୍ବାରା ଗ୍ରାହକମାନେ ଗାଡ଼ି କିଣିବା ଡେରି କରିଥିଲେ। ଏଥିଯୋଗୁଁ ଅଟୋମୋବାଇଲ ଶିଳ୍ପ ମଧ୍ୟ ପ୍ରଭାବିତ ହୋଇଥିଲା ବୋଲି ମନ୍ତ୍ରୀ କହିଛନ୍ତି। ତେବେ କୋଭିଡ-୧୯ ଜନିତ ସମସ୍ୟାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ସରକାର ଯେଭଳି ମୁକାବିଲା କରୁଛନ୍ତି ତାହାକୁ ଅଟୋ ଶିଳ୍ପର ଅଧିକାରୀମାନେ ପ୍ରଶଂସା କରିଥିଲେ ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର