ଓଡ଼ିଶା ଆସିଲା ‘ଜାୱା’ମୋଟରସାଇକଲ୍, ଖୋଲିଲା ନୂଆ ଡିଲର୍‌ସିପ୍

ଭୁବନେଶ୍ବର: କିମ୍ବଦନ୍ତୀ ଜାୱା ମୋଟରସାଇକଲ୍ ପୁଣି ଥରେ ନୂତନ ରୂପରେ ଆସିଛି। କ୍ଲାସିକ୍ ଲିଜେଣ୍ଡସ୍‌ ନାମକ କଂପାନି ଏହି ବାଇକ୍‌କୁ ନୂତନ ପ୍ରଯୁକ୍ତି ସହିତ ବଜାରକୁ ଆଣିଛି। ଆଜି କଂପାନି ପକ୍ଷରୁ ପାହାଳ ନିକଟରେ ଜାୱା ମୋଟରସାଇକଲ୍‌ର ନୂଆ ଡିଲରସିପ୍‌ ‘ବିଜୟା ‌ମୋଟର୍ସ’କୁ ଖୋଲାଯାଇଛି। ଏହି ନୂଆ ସୋ’ରୁମ୍‌ ସହିତ ସାରା ଦେଶରେ କଂପାନିର ମୋଟ ଡିଲରସିପ୍ ସଂଖ୍ୟା ୫୯ରେ ପହଞ୍ଚିଛି। ରାଜ୍ୟର ଗ୍ରାହକମାନେ ଏହି ଡିଲର୍‌ସିପ୍‌ ଜରିଆରେ ଜାୱା ମୋଟରସାଇକଲ୍‌ର ବୁକିଙ୍ଗ୍‌ କରିପାରିବେ। ଜାୱାର ଦୁଇଟି ମଡେଲ୍‌ ଆସିଛି। ତାହା ହେଉଛି ଜାୱା ଏବଂ ଜାୱା ଫର୍ଟି ଟୁ। ଉଭୟ ବାଇକ୍‌ରେ ୨୯୩ ସିସି ଲିକ୍ବିଡ୍ କୁଲଡ୍‌ ସିଙ୍ଗଲ୍‌ ସିଲିଣ୍ଡର୍‌ ଡିଓଏଚ୍‌ସି ଇଞ୍ଜିନ ରହିଛି। ଜାୱାର ଏକ୍ସ ସୋ’ରୁମ୍ ମୂଲ୍ୟ ୧,୬୭,୦୦୦ ଟଙ୍କା ଥିବା ବେଳେ ଜାୱା ଫର୍ଟି ଟୁର ମୂଲ୍ୟ ୧,୫୮,୦୦୦ ଟଙ୍କା ରହିଛି। ଉଭୟ ମଡେଲ୍‌ର ଡୁଆଲ୍ ଚ୍ୟାନେଲ୍ ଏବିଏସ୍‌ ଭାରିଆଣ୍ଟ୍‌ ମଧ୍ୟ ଏଠାରେ ଉପଲବ୍ଧ ହେଉଛି। ଏହି ଅବସରରେ ବିଜୟା ମୋଟର୍ସର ତତ୍ତ୍ବାବଧାୟକ ବାବୁଲା ନାୟକ ଏବଂ କଂପାନି ତରଫରୁ ଶିବାଙ୍ଗ ସିନ୍ଧୁ ଓ ସଞ୍ଜୀବ ଠାକୁର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର