ଜେଫ୍‌ ବେଜୋସ୍‌ଙ୍କ ସମ୍ପତ୍ତି:୧୦୦ ବିଲିଅନ ଡଲାର ଟପିଲା

ନ୍ୟୁୟର୍କ: ବିଶ୍ୱର ୧ ନମ୍ବର ଧନୀବ୍ୟକ୍ତି ତଥା ଇ-କମର୍ସ କମ୍ପାନି ଆମାଜନ୍‌ର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ଙ୍କ ନିଟ ସମ୍ପତ୍ତି ପ୍ରଥମ ଥର ପାଇଁ ୧୦୦ ବିଲିଅନ ଡଲାର ଟପିଛି। ଫୋର୍ବସ ମାଗାଜିନ୍‌ ଅନୁଯାୟୀ, କିଛିଦିନ ପୂର୍ବେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସଙ୍କୁ ଟପି ୫୩ ବର୍ଷୀୟ ବେଜୋସ୍‌ ବିଶ୍ୱର ଶ୍ରେଷ୍ଠ ଧନୀ ବ୍ୟକ୍ତି ମାନ୍ୟତା ପାଇଥିଲେ। ଚଳିତବର୍ଷର ବ୍ଲାକ୍‌ ଫ୍ରାଇଡେ ସେଲ୍‌ ପରିପ୍ରେକ୍ଷୀରେ ବେଜୋସ୍‌ଙ୍କ ସମ୍ପତ୍ତିରେ ଉଲ୍ଲେଖନୀୟ ବୃଦ୍ଧି ଦେଖାଦେଇଛି। ବ୍ଲାକ୍‌ ଫ୍ରାଇଡେ ସେଲ୍‌ ଭଲ ରହିବା ଆଶାରେ ଆମାଜନ୍‌ର ସେୟାର ମୂଲ୍ୟ ୨ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। ଫଳରେ ଜେଫ୍‌ ବେଜୋସ୍‌ଙ୍କ ନିଟ୍‌ ସମ୍ପତ୍ତିରେ ୨.୪ ବିଲିଅନ୍‌ ଡଲାର ବୃଦ୍ଧି ଘଟି ୧୦୦.୩ ବିଲିଅନ ଡଲାର ଛୁଇଁଛି। ୧୯୯୯ରେ ବିଲ୍‌ ଗେଟ୍‌ସଙ୍କ ସମ୍ପତ୍ତି ୧୦୦ ବିଲିଅନ୍‌ ଡଲାର ଛୁଇଁଥିଲା। କିନ୍ତୁ ଦାନ ଯୋଗୁଁ ତାଙ୍କ ସମ୍ପତ୍ତି ପରେ ହ୍ରାସ ଘଟିଛି।

ସମ୍ବନ୍ଧିତ ଖବର