ଜେଇଇ-ମେନ୍‌ ଶ୍ରେଷ୍ଠ ୧୦୦ରେ ଆଲେନ୍‌ର ୫ ବିଦ୍ୟାର୍ଥୀ

କୋଟା: ଜେଇଇ-ମେନ୍ ପରୀକ୍ଷାର ଶ୍ରେଷ୍ଠ ୧୦୦ ରୢାଙ୍କ୍‌ ଭିତରେ ଆଲେନ୍ କ୍ୟାରିୟର ଇନଷ୍ଟିଚ୍ୟୁଟ୍‌ର ୫ ଛାତ୍ରଛାତ୍ରୀଙ୍କ ନାମ ରହିଛି। ଭୁବନେଶ୍ବରର ସମ୍ବିତ ବେହେରା ୧୦୦ ପ୍ରତିଶତ ମାର୍କ ହାସଲ କରିଛନ୍ତି। ସଫଳତା ପାଇଥିବା ଅ‌ନ୍ୟମାନେ ହେଲେ ଜୟେଶ ସିଙ୍ଗଲା, କେଭିନ୍ ମାର୍ଟିନ୍, ଅଙ୍କିତ କୁମାର ମିଶ୍ର ଏବଂ କାର୍ତିକେୟ ଗୁପ୍ତା। ସେମାନେ ସମସ୍ତେ ହେଉଛନ୍ତି ଅନୁଷ୍ଠାନର କ୍ଲାସରୁମ୍ ଛାତ୍ରଛାତ୍ରୀ। ସମ୍ବିତ ତିନି ବର୍ଷ ହେଲାଣି ଆଲେନ୍‌ରେ ପଢ଼ାପଢ଼ି କରୁଥିଲେ। ଅନ୍ୟମାନେ ଦୁଇ ବର୍ଷ ହେଲାଣି ଜେଇଇ ପାଇଁ ପ୍ରସ୍ତୁତି ଜାରି ରଖିଥିଲେ। ଆଲେନ୍‌ର ନିର୍ଦେଶକ ବ୍ରଜେଶ ମାହେଶ୍ବରୀ ସେମାନଙ୍କୁ ଅଭିନନ୍ଦନ ପ୍ରଦାନ କରିବା ସହ ଆଲେନ କ୍ୟାରିଅର ଇନଷ୍ଟିଚ୍ୟୁଟ୍ ଲଗାତାର ଶ୍ରେଷ୍ଠତ୍ବ ହାସଲ କରିଛି ବୋଲି କହିଛନ୍ତି। ଭୁବନେଶ୍ବରର ସମ୍ବିତ ବେହେରା ଗଣିତରେ ୧୦୦ ଏବଂ ରସାୟନ ବିଜ୍ଞାନାର ୯୯.୯୮% ମାର୍କ ହାସଲ କରିଛନ୍ତି। ଚଳିତ ବର୍ଷ ଜାନୁଆରି ୮ରୁ ୧୨ ତାରିଖ ମଧ୍ୟରେ ୨୫୮ଟି ସହରରେ ଜେଇଇ-ମେନ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସେଥିରେ ୯,୨୯,୧୯୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଭାରତ ଏବଂ ବିଦେଶରେ ୪୬୭ଟି ପରୀକ୍ଷା କେନ୍ଦ୍ର ଥିଲା।

ସମ୍ବନ୍ଧିତ ଖବର