ଭୁବନେଶ୍ବର: ବଲିଉଡ୍‌ ତାରକା ହ୍ରିତିକ୍‌ ରୋଶନଙ୍କୁ ନେଇ ଜିପ୍ ପକ୍ଷରୁ ନୂଆ ଅଭିଯାନ ପ୍ରସ୍ତୁତ କରାଯାଇଛି। ସର୍ବଦା ଶ୍ରେଷ୍ଠତା ହାସଲ କରିବା ଲାଗି ଉଦ୍ୟମର ଗୁରୁତ୍ବ ଉପରେ ଏହି ଅଭିଯାନରେ ଆଲୋକପାତ କରାଯାଇଛି। ଭାରତରେ ଉନ୍ମୋଚନ ହେବା ପରଠାରୁ ଜିପ୍ ସେଥିପାଇଁ ପରିଚିତ। ନିଜର ସମର୍ପଣ ଭାବ ଓ ସର୍ବଦା ଉନ୍ନତି ଆଣିବା ଲାଗି ଉଦ୍ୟମ ପାଇଁ ହ୍ରିତିକ୍ ଜଣାଶୁଣା। ତାଙ୍କର ସେହି ଗୁଣ ଜିପ୍ ସହିତ ଖାପଖାଉଥିବାରୁ ତାଙ୍କୁ ଏହି ଅଭିଯାନରେ ସାମିଲ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ ଜିପ୍ କେବଳ ଏକ ଗାଡ଼ି ନୁହେଁ, ଏହା ହେଉଛି ଅତୁଳନୀୟ ପ୍ରଦର୍ଶନ ଓ ସମ୍ମାନର ଏକ ପ୍ରତୀକ। ଏହାର ଟ୍ୟାଗ୍‌ଲାଇନ୍ ରଖାଯାଇଛି ‘ଦି ୱାନ୍ ଆଣ୍ଡ୍‌ ଓନ୍‌ଲି’। ଏଥିରେ ଏହା ଜଣାଇବାକୁ ପ୍ରୟାସ କରାଯାଇଛି ଯେ ଜିପ୍ ରାଙ୍ଗଲର୍‌ ଏଭଳି ଏକ ‌ସୋପାନରେ ପହଞ୍ଚିଯାଇଛି, ଯାହା ସହ ତୁଳନା କରିବା ବେଶ୍‌ କଷ୍ଟକର। ଏହା କେବଳ ଏକ ଏସ୍‌ୟୁଭିର ଅଭିଯାନ ନୁହେଁ, ସର୍ବଦା ଶୀର୍ଷରେ ରହିବା ପ୍ରୟାସକୁ ଏହା ପାଳନ କରୁଛି। ଶୀର୍ଷରେ ରହିବାକୁ ହେଲେ ସବୁବେଳେ କାର୍ଯ୍ୟ ଜାରି ରଖିବାକୁ ପଡ଼ିବ। ଏହି ଅଭିଯାନ ଜରିଆରେ ଜିପ୍‌ ତାହା ଜଣାଇବାକୁ ଚାହୁଛି।