ନୂଆଦିଲ୍ଲୀ: ଆମାଜନ୍ ମୁଖ୍ୟ ଜେଫ୍ ବେଜୋସ୍ ତାଙ୍କ ବାନ୍ଧବୀ ଲରେନ୍ ସାଞ୍ଚେଜ୍ଙ୍କୁ ଚଳିତ ବର୍ଷ ଜୁନ୍ ଆଡ଼କୁ ଇଟାଲୀର ଭେନିସ୍ରେ ବିବାହ କରିବେ। ୨୦୧୮ରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୨୦୨୩ ମେ’ରେ ସେମାନେ ନିର୍ବନ୍ଧ କରିଥିଲେ। ତାହାର ଦୁଇ ବର୍ଷ ପରେ ପରସ୍କରକୁ ଦୁହେଁ ବିବାହ କରିବାକୁ ଯାଉଛନ୍ତି। ଘନିଷ୍ଠ ଲୋକମାନଙ୍କୁ ସେ ନିମନ୍ତ୍ରଣ କାର୍ଡ ପଠାଇଥିବା ଦାବି କରାଯାଉଛି। ଇଟାଲୀରେ ଥିବା ବେଜୋସ୍ଙ୍କ ବିଳାସପୂର୍ଣ୍ଣ ୟଟ୍ରେ ସେମାନେ ବିବାହ କରିବେ। ସେହି ସ୍ଥାନରେ ଲରେନଙ୍କୁ ବେଜୋସ୍ ପ୍ରେମ ନିବେଦନ କରିଥିଲେ। ତେଣୁ ତାହା ତାଙ୍କ ପାଇଁ ବେଶ୍ ସ୍ବତନ୍ତ୍ର।
ଇଟାଲୀରେ ବିବାହ କରିବେ ଜେଫ୍-ଲରେନ୍
ଆମାଜନ୍ ମୁଖ୍ୟ ଜେଫ୍ ବେଜୋସ୍ ତାଙ୍କ ବାନ୍ଧବୀ ଲରେନ୍ ସାଞ୍ଚେଜ୍ଙ୍କୁ ଚଳିତ ବର୍ଷ ଜୁନ୍ ଆଡ଼କୁ ଇଟାଲୀର ଭେନିସ୍ରେ ବିବାହ କରିବେ। ୨୦୧୮ରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।
/sambad/media/media_files/2025/03/24/zwcHGe2JPPYyoq8694Mu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)