ନୂଆଦିଲ୍ଲୀ : ବାରମ୍ବାର ଅବାଞ୍ଛିତ କଲ୍କୁ ନେଇ ଜେଟ୍ ଏୟାରୱେଜ୍ର ସିଇଓ ସଞ୍ଜୀବ କପୁର ବିରକ୍ତି ପ୍ରକାଶ କରିଛନ୍ତି। କଲ୍ ସଂଖ୍ୟା ଅସହ୍ୟ ହେବାରୁ ସେ ସୋସିଆଲ୍ ମିଡିଆରେ ତାହାକୁ ସେୟାର କରିଛନ୍ତି। ନିଜ ମୋବାଇଲ୍ ଅପରେଟରକୁ ବଦଳାଇବା ଲାଗି ସେ ବିକଳ୍ପ ଚୟନ କରିବା ପରେ ତାଙ୍କୁ ଭୋଡାଫୋନ୍ ଆଇଡିଆ ପକ୍ଷରୁ ବାରମ୍ବାର କଲ୍ କରାଯାଉଥିବା ସେ ଅଭିଯୋଗ କରିଛନ୍ତି।
କାହିଁକି ଅପରେଟର ବଦଳାଇବାକୁ ଚାହୁଛି ତାହାର କାରଣ ବିଷୟରେ ସେ କହିଛନ୍ତି ଯେ ଭାରତର କିଛି ସ୍ଥାନରେ ନେଟ୍ୱର୍କରେ ସମସ୍ୟା ଏବଂ କିଛି ଦେଶ ପାଇଁ ଦୁର୍ବଳ ଆନ୍ତର୍ଜାତିକ ରୋମିଂ ପ୍ଲାନ୍। ଅପରେଟର ନବଦଳାଇବା ବିଷୟରେ ବୁଝାଇବା ଲାଗି ବାରମ୍ବାର କଲ୍ କରିବା ବନ୍ଦ କରନ୍ତୁ ବୋଲି ସେ ଭୋଡାଫୋନ୍ ଆଇଡିଆକୁ କହିଛନ୍ତି। ନଅ ବର୍ଷ ପରେ ମୁଁ କାହିଁକି ଅପରେଟର ବଦଳାଉଛି ତାହାର କାରଣ ମୁଁ ତୁମକୁ ଜଣାଇସାରିଛି ବୋଲି ସେ କହିଛନ୍ତି।