ଜେଟ୍‌ ଏୟାରେଓ୍ଵଜ୍‌ର ସମସ୍ୟାକୁ ନେଇ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କୁ ଭେଟିଲେ କମ୍ପାନୀର ସିଇଓ ଏବଂ ସିଏଫ୍‌ଓ

ନୂଆଦିଲ୍ଲୀ : ଗୁରୁବାର ଜେଟ୍‌ ଏୟାରେଓ୍ଵଜ୍‌ରେ ତାଲା ପଡ଼ିବା ପରେ ୧୬,୦୦୦କର୍ମାଚାରୀ ବେରୋଜଗାର ହୋଇ ଯାଇଛନ୍ତି । ଏତେ ସଂଖ୍ୟାକ କର୍ମଚାରୀଙ୍କ ଭବିଷ୍ୟତ ଜେଟ୍‌ ପାଇଁ ଅନ୍ଧାର ଭିତରକୁ ଠେଲି ହେଇ ଯାଉଥିବା ଦେଖି କମ୍ପାନୀର ସିଇଓ ଏବଂ ସିଏଫ୍‌ଓ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କୁ ଭେଟିଥିବା ଜଣା ପଡ଼ିଛି । କମ୍ପାନୀରେ ୧୬,୦୦୦ସ୍ଥାୟୀ କର୍ମାଚାରୀ ଏବଂ ୬,୦୦୦ଅସ୍ଥାୟୀ କର୍ମଚାରୀ ଥିବା ବେଳେ ଜେଟ୍‌ ବନ୍ଦ ହେବା ପରେ ସମସ୍ତଙ୍କ ଆର୍ଥିକ ଅବସ୍ତା ଖରାପ ହେବାରେ ଲାଗିଛି । ଏ ନେଇ କର୍ମଚାରୀମାନେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ସାହାଯ୍ୟ ମାଗି ସାରିଥିବା ବେଳେ କମ୍ପାନୀର ଦୁଇ ପ୍ରମୁଖ ଅଧିକାରୀ ଅରୁଣ ଜେଟ୍‌ଲୀଙ୍କୁ ଭେଟି ଆଲୋଚନା କରିଛନ୍ତି ।

Hindustan Times

ଆଲୋଚନା ପରେ ବୈଠକ ସକାରାତ୍ମକ ଥିଲା ବୋଲି କହିଛନ୍ତି କମ୍ପାନୀର ସିଇଓ ଏବଂ ସିଏଫ୍‌ଓ । ୨୦ମିନିଟ୍‌ ପର୍ଯ୍ୟନ୍ତ କମ୍ପାନୀର ସିଇଓ ଏବଂ ସିଏଫ୍‌ଓ ଅରୁଣ ଜେଟ୍‌ଲୀଙ୍କ ସହ ବୈଠକ କରିଥିବା ବେଳେ କମ୍ପାନୀ ବନ୍ଦ ହେବା ପରେ କର୍ମଚାରୀମାନଙ୍କୁ ପ୍ରଭାବିତ ହେବାକୁ ଦିଆଯିବ ନାହିଁ ବୋଲି କହିଥିଲେ ଅରୁଣ ଜେଟ୍‌ଲୀ ।

ସମ୍ବନ୍ଧିତ ଖବର