କିଛି ଦିନ ମଧ୍ୟରେ ଜେଟ୍‌ର ଯୋଗ୍ୟ କର୍ମଚାରୀଙ୍କୁ ଅନ୍ୟ କମ୍ପାନିରେ ମିଳିବ ଚାକିରି…

ନୂଆଦିଲ୍ଲୀ : କିଛି ଦିନ ଧରି ଜେଟ୍‌ ଏୟାରେଓ୍ଵଜ୍‌ର ଭବିଷ୍ୟତକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଗୁରୁବାର ଏହାର ସମସ୍ତ ବିମାନର ଉଡ଼ାଣକୁ ବନ୍ଦ କରି ଦିଆଯାଇଛି। ପାଣ୍ଠି ଅଭାବ ହେତୁ କମ୍ପାନିରେ ତାଲା ପକାଇ ଦିଆଯିବା ପରେ ଗୋଟେ ଦିନରେ ଜେଟ୍‌ର ୧୬ହଜାର କର୍ମଚାରୀ ବେରୋଜଗାର ହୋଇ ଯାଇଛନ୍ତି।  ଜେଟ୍‌ର ଏଭଳି ଦେବାଳିଆ ଅବସ୍ଥା ଅନେକଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଇଛି।   ଏବେ କର୍ମଚାରୀଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ରୀୟ ବେସାମରିକ ବିମାନ ଚଳାଳଚଳର ରାଜ୍ୟମନ୍ତ୍ରୀ ଜୟନ୍ତ ସିହ୍ନା ।

Times Now

ଜେଟ୍‌ର ସବୁ ଯୋଗ୍ୟ କର୍ମଚାରୀଙ୍କୁ ତୁରନ୍ତ ନିଯୁକ୍ତି ଦିଆଯିବ ବୋଲି ଜୟନ୍ତ ସିହ୍ନା ଘୋଷଣା କରିବା ପରେ ଜେଟ୍‌ର କର୍ମଚାରୀଙ୍କ ମହଲରେ ଖୁସିର ଲହରୀ ଦେଖିବାକୁ ମିଳିଛି । ଜେଟ୍‌କୁ ପୁଣି ଥରେ ଚାଲୁ କରିବା ପାଇଁ ପ୍ରୟାସ ଜାରି ରହିଥିବା ବେଳେ କର୍ମଚାରୀମାନଙ୍କୁ ଜେଟ୍‌ରେ କିମ୍ବା ଅନ୍ୟ କମ୍ପାନିରେ ତୁରନ୍ତ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜୟନ୍ତ ସିହ୍ନା । ଏହା ପୂର୍ବରୁ ଜେଟ୍‌ର ୫୦୦କର୍ମଚାରୀଙ୍କୁ ସ୍ପାଇସ୍‌ଜେଟ୍‌ ଏୟାରଲାଇନ୍ସ ନିଯୁକ୍ତି ଦେଇଥିବା ଖବର ସାମ୍ନାକୁ ଆସିଥିଲା । ସେମାନଙ୍କ ମଧ୍ୟରେ ପ୍ରାୟ ୧୦୦ଜଣ ପାଇଲଟ୍‌ ଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର