ନୁଆଦିଲ୍ଲୀ: ବନ୍ଦ ହୋଇଯାଇଥିବା ଘରୋଇ କ୍ଷେତ୍ରର ବିମାନ କଂପାନି ଜେଟ୍ ଏୟାରୱେଜ୍ ଆସନ୍ତା ବର୍ଷ ପୁଣି ଆକାଶରେ ଉଡ଼ିବ। ଏହାର ନୂଆ ମାଲିକ ଜାଲାନ୍ କାଲ୍ରକ୍ କନ୍ସୋର୍ଟିୟମ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୨୦୨୨ର ପ୍ରଥମ ତିନି ମାସ ଅର୍ଥାତ ମାର୍ଚ୍ଚ ସୁଦ୍ଧା କଂପାନିର ବିମାନ ଆକାଶରେ ଉଡ଼ାଣ ଆରମ୍ଭ କରିବ। ପ୍ରଥମ ବିମାନ ଦିଲ୍ଲୀ-ମୁମ୍ବାଇ ରୁଟ୍ରେ ଚାଲିବ। ଦୀର୍ଘ ଦୁଇ ବର୍ଷ ପର୍ଯ୍ୟନ୍ତ ବନ୍ଦ ରହିବା ପରେ ପୁଣି ଥରେ ଜେଟ୍ ଆକାଶରେ ଉଡ଼ିବାକୁ ଯାଉଛି। ଭାରତୀୟ ବିମାନ ଶିଳ୍ପରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିବ। ଏହା ପୂର୍ବରୁ ବିଜୟ ମାଲ୍ୟାଙ୍କ ବିମାନ କଂପାନି କିଙ୍ଗ୍ଫିସର ଏୟାରଲାଇନ୍ସ ବନ୍ଦ ହେବା ପରେ ତାହାକୁ ପୁନରୁଦ୍ଧାର କରାଯାଇପାରିନଥିଲା। ମାତ୍ର ନରେଶ ଗୋୟଲ ସ୍ଥାପନ କରିଥିବା ଜେଟ୍ ଏୟାରୱେଜ୍କୂ ଏହାର ନୂଆ ମାଲିକ ଜାଲାନ୍ କାଲ୍ରକ୍ କନ୍ସୋର୍ଟିୟମ୍ ପୁନରୁଦ୍ଧାର କରିବାରେ ସଫଳ ହୋଇଛି। ସୁଧୀର ଗୌର କଂପାନିର କାମଚଳା ସିଇଓ ଭାବେ କାର୍ଯ୍ୟ କରିବେ।
୨୦୨୨ରେ ପୁଣି ଉଡ଼ିବ ଜେଟ୍ ଏୟାରୱେଜ୍
/sambad/media/post_attachments/wp-content/uploads/2021/09/Jet-Airways.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)