ଗୁରୁତର ଆର୍ଥିକ ସଂକଟରେ ଜେଟ୍ ଏୟାରୱେଜ୍: କର୍ମଚାରୀଙ୍କ ଦରମା ୨୫% ପର୍ଯ୍ୟନ୍ତ କମାଇଲା

ମୁମ୍ବାଇ : କେବଳ ସରକାରୀ ବିମାନସେବା କମ୍ପାନି ଏୟାରଇଣ୍ଡିଆ ନୁହେଁ, ଘରୋଇ ଜେଟ ଏୟାରୱେଜ ମଧ୍ୟ ଗୁରୁତର ଆର୍ଥିକ ସଂକଟର ସମ୍ମୁଖୀନ ହେଉଛି । କିନ୍ତୁ ଜେଟ ଏୟାର ଇଣ୍ଡିଆ ପରି ଭାଗ୍ୟବାନ ନୁହେଁ ଯେ, ସରକାର ତାକୁ ବାରମ୍ବାର ଆର୍ଥିକ ସହାୟତା କରି ଚାଲିଥିବେ ଓ ସେ କ୍ଷତି କରିଚାଲିଥିବ ।

ଏକ ଘରୋଇ କମ୍ପାନିକୁ ନିଜେ ନିଜ ସମସ୍ୟାର ସମାଧାନ ବାହାର କରିବାକୁ ପଡ଼ିବ । ଜେଟର କ୍ଷତି ବଢିଚାଲିଥିବାବେଳେ ତେଲଦର ବୃଦ୍ଧି ଏହି କମ୍ପାନିକୁ ବାଧୁଛି । ଏଣୁ କମ୍ପାନି ନିଜ ମ୍ୟାନେଜରସ୍ତରୀୟ କର୍ମଚାରୀଙ୍କ ଦରମା ୫ ରୁ ୨୫ ପ୍ରତିଶତ କାଟ କରିବାକୁ ନିଷ୍ପତ୍ତି ନେଇଛି । ବର୍ଷକୁ ୧୨ ଲକ୍ଷ ଦରମା ପାଉଥିବା ମ୍ୟାନେଜରଙ୍କ ଦରମା ୫ ପ୍ରତିଶତ ଓ ୧ କୋଟିରୁ ଅଧିକ ଦରମା ପାଉଥିବା ଅଧିକାରୀଙ୍କ ୨୫ ପ୍ରତିଶତ କଟିବ । ତେବେ କେତେ ଦିନ ପାଇଁ ଏହି ଦରମା କାଟ ଲାଗୁ ହେବ ସେ ସଂପର୍କରେ କମ୍ପାନି ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । କିନ୍ତୁ ପାଇଲଟମାନେ ଏହି ଦରମାକାଟକୁ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି । ଏହି ଦରମା କାଟ କରି କମ୍ପାନି ବର୍ଷକୁ ୫୦୦ କୋଟି ସଂଚୟ କରିବାକୁ ଲକ୍ଷ୍ୟ ରଖିଛି । ଗତ ୨୦୧୭-୧୮ ଆର୍ଥିକ ବର୍ଷରେ ୭୬ କୋଟି ଟଙ୍କାର କ୍ଷତି ସହିଥିଲା ।

ସମ୍ବନ୍ଧିତ ଖବର