ମୁମ୍ବାଇ: ବିମାନ ମଧ୍ୟରେ ଯାତ୍ରୀଙ୍କୁ ଦିଆଯାଇଥିବା ଖାଦ୍ୟରେ ବୋତାମ ବାହାରିବାରୁ ଜେଟ୍ ଏୟାର୍େଓ୍ଵଜ୍ ଉକ୍ତ ଯାତ୍ରୀଙ୍କୁ ୫୦,୦୦୦ ଟଙ୍କା ଜରିମାନା ପ୍ରଦାନ କରିବ। ୨୦୧୪ ମସିହା ଅଗଷ୍ଟ ୧୪ ତାରିଖରେ ଏହି ଘଟଣା ଘଟିଥିଲା। ତାହାର ଶୁଣାଣି ନିକଟରେ ହୋଇଛି।
ଉଲ୍ଲେଖଯୋଗ୍ୟ, ହେମନ୍ତ ଦେଶାଇ ନାମକ ଜଣେ ବିଜିନେସ୍ ଶ୍ରେଣୀ ଯାତ୍ରୀ ଜେଟ୍ ଏୟାର୍େଓ୍ଵଜ୍ରେ ଦିଲ୍ଳୀରୁ ଅହମ୍ମଦାବାଦ ଯାତ୍ରା କରୁଥିଲେ। ଦେଶାଇ ଖାଇବା ପାଇଁ ଏକ ପାଉଁରୁଟ ବରାଦ କରିଥିଲେ। ସେହି ପାଉଁରୁଟିରୁ ଦେଶାଇ ଏକ ବୋତାମ ପାଇଲେ। ସେ ସଙ୍ଗେ ସଙ୍ଗେ କ୍ରିୟୁ ମେମ୍ବରଙ୍କୁ ଡାକି ଏ ସଂପର୍କରେ ଜଣାଇଲେ। ବିମାନ କର୍ତ୍ତୃପକ୍ଷ ଏହି ମାମଲାର ମୀମାଂସା କରିବାକୁ ଦେଶାଇଙ୍କୁ କ୍ଷମା ପ୍ରାର୍ଥନା କରି ଅନୁରୋଧ କଲେ। ଦେଶାଇ କିନ୍ତୁ ବିମାନ କର୍ତ୍ତୃପକ୍ଷଙ୍କୁ ମୀମାଂସା ପାଇଁ ୩ ଲକ୍ଷ ଟଙ୍କା ଦାବି କରିଥିଲେ।
ବିମାନ କର୍ତ୍ତୃପକ୍ଷ ୩ ଲକ୍ଷ ଟଙ୍କା ଦେବାକୁ ରାଜି ନ ହୋଇ ଦେଶାଇଙ୍କ ବିରୋଧରେ ଓଲଟା ଅଭିଯୋଗ ଆଣିଲେ। ଦେଶାଇ ବୋତାମ ପାଇବା ପରେ ବିମାନ କର୍ତ୍ତୃପକ୍ଷ କିମ୍ବା ଖାଉଟି କୋର୍ଟଙ୍କ ନିକଟରେ ତାହାକୁ ଜମା କରିନାହାନ୍ତି। ତେଣୁ, ସେ କରୁଥିବା ଅଭିଯୋଗ କଳ୍ପିତ ଏବଂ ଭିତ୍ତିହୀନ ବୋଲି ଦାବି ହୋଇଥିଲା। ମାତ୍ର ଦେଶାଇ ମାନ୍ୟବର ଅଦାଲତଙ୍କ ସମ୍ମୁଖରେ ଏକ ଇମେଲ୍ ପ୍ରଦର୍ଶନ କରିବାରୁ ସତ ସାମ୍ନାକୁ ଆସିଲା। ସେହି ଇମେଲ୍ରେ ଜେଟ୍ ଏୟାର୍େଓ୍ଵଜ୍ ଦେଶଇଙ୍କୁ ବୋତାମ ବାହାରିଥିବା ନେଇ କ୍ଷମା ମାଗିଥିବା ସ୍ପଷ୍ଟ ଭାବେ ଲେଖା ଯାଇଥିଲା। ଏହି ମାମଲାର ବିଚାର କରି କୋର୍ଟ ଦେଦଶାଇଙ୍କୁ ୫୦,୦୦୦ ଏବଂ ନିଜର କାନୁନ ଖର୍ଚ୍ଚ ବାବଦରେ ୫,୦୦୦ ଟଙ୍କା ଜରିମାନା ଦେବାକୁ ଜେଟ୍ ଏୟାର୍େଓ୍ଵଜ୍ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।