ମୁମ୍ବାଇ: ବନ୍ଦ ହୋଇଯାଇଥିବା ଘରୋଇ ବିମାନ କଂପାନି ଜେଟ୍ ଏୟାରୱେଜ୍ ବଞ୍ଚିରହିବାକୁ ବ୍ରିଟେନ୍ର ସବୁଠୁ ଧନୀ ପରିବାର ହିନ୍ଦୁଜା ଗ୍ରୁପ୍ର ସହାୟତା ଲୋଡ଼ିଛି। ଜେଟ୍ ଏବଂ ଏହାର ଅନ୍ୟତମ ସହଯୋଗୀ ଏତିହାଦ୍ର ପ୍ରତିନିଧିମାନେ ହିନ୍ଦୁଜା ପରିବାରର ବଡ଼ ଭାଇ ଜିପି ହିନ୍ଦୁଜାଙ୍କୁ ଭେଟି ଜେଟ୍ର ଅଂଶଧନ କିଣିବାକୁ ପ୍ରସ୍ତାବ ଦେଇଛନ୍ତି। ସାନଭାଇ ଅଶୋକ ହିନ୍ଦୁଜାଙ୍କ ସହ ସମ୍ପର୍କରେ ରହିବାକୁ ଏତିହାଦ୍ର ପ୍ରତିନିଧିମାନଙ୍କୁ ଜିପି ହିନ୍ଦୁଜା ପରାମର୍ଶ ଦେଇଛନ୍ତି। ଜେଟ୍ ଅଂଶଧନ କିଣିବାକୁ ଯଦିଓ ହିନ୍ଦୁଜା ଗ୍ରୁପ୍ ଆଗ୍ରହ ଦେଖାଇ ନାହିଁ, ତେବେ କଂପାନି ସମ୍ପୂର୍ଣ୍ଣ ନାସ୍ତିବାଣୀ ମଧ୍ୟ ଶୁଣାଇନାହିଁ। ଏହା ବିକଳ୍ପ ଖୋଲା ରହିଛି। ୨୦୦୧ରେ ହିନ୍ଦୁଜା ଗ୍ରୁପ୍ ପକ୍ଷରୁ ଏୟାର ଇଣ୍ଡିଆ ଓ ଇଣ୍ଡିଆନ୍ ଏୟାରଲାଇନ୍ସ ପାଇଁ ବିଡ୍ ଦାଖଲ କରାଯାଇଥିଲା। ତେଲ ଠାରୁ ଆରମ୍ଭ କରି ରିଅଲ ଇଷ୍ଟେଟ୍ ପର୍ଯ୍ୟନ୍ତ ପ୍ରାୟ ୧୦ ପ୍ରକାର କ୍ଷେତ୍ରରେ ସକ୍ରିୟ ଥିବା ହିନ୍ଦୁଜା ଗ୍ରୁପ୍ ବିମାନ ଚଳାଚଳ କ୍ଷେତ୍ରରେ ପ୍ରବେଶ କରିନାହିଁ। ଯେହେତୁ ଅତୀତରେ ଏହା ଏହି କ୍ଷେତ୍ରରେ ପ୍ରବେଶ କରିବାକୁ ଆଗ୍ରହ ଦେଖାଇଥିଲା ସେଥିପାଇଁ ଏତିହାଦ୍ର ପ୍ରତିନିଧିମାନେ ଏହି କଂପାନିକୁ ଜେଟ୍ର ଅଂଶଧନ କିଣିବାକୁ ଅନୁରୋଧ କରିଛନ୍ତି।
ବଞ୍ଚି ରହିବାକୁ ହିନ୍ଦୁଜାର ସହାୟତା ଲୋଡ଼ିଲା ଜେଟ୍
/sambad/media/post_attachments/wp-content/uploads/2019/05/jet-airways-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)