ନୂଆଦିଲ୍ଲୀ: ପାଣ୍ଠି ଅଭାବରୁ ବନ୍ଦ ହୋଇ ଯାଇଥିବା ଜେଟ୍ ଏୟାରୱେଜ୍ର କର୍ମଚାରୀ ଶେଷରେ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ପାଣ୍ଠି ଯୋଗାଇ ଦେବା ନେଇ ନିର୍ଦେଶ ଦେବାକୁ ସେମାନେ ଆବେଦନ କରିଛନ୍ତି। ଏଥିସହିତ ଜେଟ୍ ଏୟାରୱେଜର ସ୍ଲଟକୁ ସବୁଦିନ ପାଇଁ ଅନ୍ୟ ଏୟାରଲାଇନ୍ସକୁ ନଦେବା ପାଇଁ କେନ୍ଦ୍ର ସରକାର ଓ ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଡିଜିସିଏ)କୁ ନିର୍ଦେଶ ଦେବା ଲାଗି ନ୍ୟାସନାଲ ଏଭିଏଟର୍ସ ଗିଲ୍ଡ (ଏନଏଜି) ଆବେଦନ କରିଛି। ଆଇନଜୀବୀ ଗୌରବ ଅଗ୍ରୱାଲ ଏହି ଆବେଦନ ଦାଖଲ କରିଛନ୍ତି। ଜେଟ୍ ଏୟାରୱେଜର ପଞ୍ଜୀକରଣକୁ ବାତିଲ ନକରିବା ଲାଗି ମଧ୍ୟ କୁହାଯାଇଛି।
ଆଜି ଜେଟ୍ ଏୟାରୱେଜର ପ୍ରତିଷ୍ଠାତା ତଥା ପୂର୍ବତନ ଅଧ୍ୟକ୍ଷ ନରେଶ ଗୋୟଲ ଏହାର କର୍ମଚାରୀମାନଙ୍କୁ ଏକ ଚିଠି ଲେଖିଛନ୍ତି। ବର୍ତମାନ ଅଚଳ ହୋଇ ପଡ଼ିଥିବା ଜେଟକୁ ପୁନଃ କାର୍ଯ୍ୟକ୍ଷମ କରିବା ନେଇ ସେ କର୍ମଚାରୀଙ୍କ ଆଶାକୁ ଉଜ୍ଜୀବିତ ରଖିବାକୁ ଏଥିରେ ଉଦ୍ୟମ କରିଛନ୍ତି। ଜେଟ୍କୁ ଉଡ଼ାଇବା ପାଇଁ ସେ ସମସ୍ତ ପ୍ରକାର ତ୍ୟାଗ କରିଛନ୍ତି। ବ୍ୟାଙ୍କର ରିଜଲ୍ୟୁସନ ଯୋଜନା ସଫଳ ହେବ ଏବଂ ଆସନ୍ତା ୧୦ ତାରିଖ ସୁଦ୍ଧା ଜଣେ ସଫଳ ବିଡର ମିଳିଯିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ପାଣ୍ଠି ପାଇଁ ସୁପ୍ରିମକୋର୍ଟ ଗଲେ ଜେଟ୍ କର୍ମଚାରୀ
/sambad/media/post_attachments/wp-content/uploads/2019/05/jet_airways-770x433.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)