ଅର୍ଥ ଅଭାବ ଯୋଗୁଁ ବିମାନ ଚଳାଚଳ ସାମୟିକଭାବେ ବନ୍ଦ କରିବ ଜେଟ ଏୟାରେଓ୍ଵଜ୍‌

ନୂଆଦିଲ୍ଲୀ: ନିଜର ଚଳାଚଳକୁ ସାମୟିକଭାବେ ବନ୍ଦ କରିପାରେ ପ୍ରବଳ କ୍ଷତିରେ ଚାଲୁଥିବା ବିମାନ ସେବା କମ୍ପାନି ଜେଟ ଏୟାରେଓ୍ଵଜ । କମ୍ପାନିର ପରିଚାଳନାକୁ ସାମୟିକଭାବେ ନିଜ ନିୟନ୍ତ୍ରଣକୁ ନେଇଥିବା ବ୍ୟାଙ୍କମାନେ ଏହାକୁ ତୁରନ୍ତ ଆର୍ଥିକ ପ୍ୟାକେଜ ଦେବା ସମ୍ପର୍କରେ କୌଣସି ନିଷ୍ପତ୍ତି ନେବାରେ ବିଫଳ ହେବାରୁ କମ୍ପାନି ପାଖରେ ଅର୍ଥର ଅଭାବ ଦେଖାଦେଇଛି । ନିଜର ପାଇଲଟ ଓ କର୍ମଚାରୀଙ୍କୁ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଜେଟ ପାଖରେ ଏବେ ଅର୍ଥ ନାହିଁ । କମ୍ପାନିର ପୂର୍ବରୁ ୧୨୩ଟି ବିମାନ ଚଳାଚଳ କରୁଥିବାବେଳେ ଏବେ ତାହା ମାତ୍ର ୭କୁ ଖସିଆସିଛି । ଏହା ଫଳରେ କମ୍ପାନି ବାଧ୍ୟ ହୋଇ ନିଜର ଅନ୍ତର୍ଜାତୀୟ ଅପରେସନକୁ ବନ୍ଦ କରିଛି ।

ସୂଚନାଯୋଗ୍ୟ ଯେ ଗତ ମାର୍ଚ୍ଚ ୨୫ରେ କମ୍ପାନିକୁ ଋଣ ଦେଇଥିବା ଷ୍ଟେଟ ବ୍ୟାଙ୍କ ଓ ଅନ୍ୟ ବ୍ୟାଙ୍କମାନଙ୍କ କନସୋର୍ଟିୟମ ନିଜର ଋଣକୁ ଇକ୍ୱିଟିରେ ପରିବର୍ତ୍ତନ କରି କମ୍ପାନିରେ ସେମାନଙ୍କ ଅଂଶଧନ ୫୦ ପ୍ରତିଶତରୁ ଅଧିକ କରିଦେଇଥିଲେ । ବ୍ୟାଙ୍କମାନେ ଖୁବଶୀଘ୍ର କମ୍ପାନିକୁ ପ୍ରାୟ ୧୫ ଶହ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ଲାଗି ନିଷ୍ପତ୍ତି ନେଇଥିଲେ । ଏହ ସହିତ କମ୍ପାନିର ପ୍ରତିଷ୍ଠାତା ନରେଶ ଗୋଏଲ କମ୍ପାନିର ଅଧ୍ୟକ୍ଷ ପଦ ଛାଡିଥିଲେ ।

ସମ୍ବନ୍ଧିତ ଖବର